oom

ହରଡାଟାଲ ଗ୍ରାମରେ ମୃତ୍ୟୁର ଆତଙ୍କ : ୩ ଜଣଙ୍କ ମୃତ୍ୟୁ, ୨୦ରୁ ଅଧିକ ଗୁରୁତର ଅସୁସ୍ଥ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଅନ୍ତର୍ଗତ ପାଇକମାଲ ବ୍ଲକର କେର୍‌ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଏକ ୱାର୍ଡ ବିଶିଷ୍ଟ ହରଡାଟାଲ ଗ୍ରାମରେ ମୃତ୍ୟୁର ଆତଙ୍କ ସୃଷ୍ଟି ହୋଇଛି । ଜ୍ୱର ଓ ଅଜଣା ରୋଗରେ ୧ ମାସ ଭିତରେ ଗ୍ରାମର ଲୋଚନ ଏଣ୍ତଜା(୭୦), ସୀମା ଏଣ୍ତଜା (୮), ରାଜ କୁମାରୀ ତାଣ୍ତି (୫୦)ଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ କୋଡିଏରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଗାଁରେ ଚିକିତ୍ସିତ ହେଉଛନ୍ତି ।

ଏଥିପାଇଁ କୌଣସି ସ୍ବତନ୍ତ୍ର ଡାକ୍ଟରୀ ଦଳ ଆଜି ପର୍ୟ୍ୟନ୍ତ ହରଡାଟାଲ ଗାଁକୁ ଯାଇ ନଥିବା ବେଳେ କେବଳ ଜଣେ ଦୁଇ ଜଣ ଏଏନଏମ ଗାଁକୁ ଯାଇ ଲୋକଙ୍କୁ ଔଷଧପତ୍ର ଦେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମୃତ୍ୟୁବରଣ କରିଥିବା ସ୍ବର୍ଗତ ରାଜ କୁମାରୀ ତାଣ୍ତିଙ୍କ ପୁଅ ମୀନକେତନ ତାଣ୍ତି ଓ ପାନାଲାଲ ନାୟକ କରିଛନ୍ତି ଯେ, ତୁରନ୍ତ ସରକାର ଏହାର ନିରାକରଣ ନ କଲେ ଗ୍ରାମର ଆଉ ଅଧିକ ଜୀବନ ଯିବାର ସମ୍ଭାବନା ଦେଖାଦେଇଛି ।

ହରଡାଟାଲ ଗ୍ରାମବାସୀମାନଙ୍କ ଠାରୁ ଏଭଳି ଗୁରୁତର ଅଭିଯୋଗ ପାଇବା ପରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବରଗଡ଼ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଟେଲିଫୋନ ଯୋଗେ ସୂଚନା ଦେବା ସହ ତୁରନ୍ତ ଏକ ଡାକ୍ଟରୀ ଦଳ ହରଡାଟାଲ ଗ୍ରାମକୁ ପଠାଇ ପାଇଁ ଅନୁରୋଧ କରିଛନ୍ତି । ଏବେ ମଧ୍ୟ ଗ୍ରାମର ୨୦ରୁ ଅଧିକ ଲୋକ ଶୁକାନ୍ତ ଲାଲ ବରିହା, ଯଶୋବନ୍ତ ପୋଡ, ଅବିନାଶ ମାଝୀ, ବବିତା ଅମରୀ, ମହେନ୍ଦ୍ର ନାୟକ, ଦିନେଶ କମରିଆ, ଜୟଲାଲ ଏଣ୍ତଜା, ଯମୁନା ନାଏକ, ପାନାଲାଲ ନାୟକ, ଲେକୃ ନାୟକ, ପ୍ରଶାନ୍ତ ନାୟକ, ପପୁନ୍ଦର ବାଗ, ଗୋବିନ୍ଦ ବାଗ, ଗୋପାଳ ବାଗ, ମେନେଜର ତାଣ୍ତି ଆଦି ଗୁରୁତର ଅବସ୍ଥାରେ ଗାଁରେ ରହିଥିବା କୁହାଯାଇଛି ।

jittmm
Leave A Reply

Your email address will not be published.