ଭୂମିକାର ସ୍ଵନକ୍ଷତ୍ର ଦିବସ ଓ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ସାଧାରଣ ବୈଠକ ପାଟଣାଗଡ ନିକଟସ୍ଥ ଖୋଲାଗଡ଼ଠାରେ ଅନୁଷ୍ଠିତ ହୋଯାଇଅଛି । ଭୂମିକାର ସଭାପତି ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକର ପ୍ରଥମ ଅଧିବେଶନରେ ଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଆଗାମୀ ଦିନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଚିରାଚରିତ କାର୍ଯ୍ୟକ୍ରମ ଯେପରି ସ୍ପଟ୍ ପେଣ୍ଟିଙ୍ଗ ବିଷୁବୋତ୍ସବ ବାର୍ଷିକ ନାଟକ ସଙ୍ଗେ ଏକ ନାଟ୍ୟ କର୍ମଶାଳା ମଧ୍ୟ ଆୟୋଜନ କରାଯିବ । ସେହିପରି ଦ୍ଵିତୀୟ ଅଧିବେଶନରେ ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବରେ ଅଶୋକ କୁମାର ଦାସ ଉପସଭାପତି ବୀରେନ୍ଦ୍ର କୁମାର ବନଛୋର, ସମ୍ପାଦକ ରଶ୍ମୀରଞ୍ଜନ ବକ୍ସି, ସହସମ୍ପାଦକ ଅର୍ଘ୍ୟ ଅର୍ପଣ ମିଶ୍ର, ସଂଯୋଜକ ନୟନ କୁମାର ମହାନ୍ତି ଓ ଜନସଂପର୍କ ଅଧିକାରୀ ରୂପେ ବ୍ୟାସଦେବ ନନ୍ଦଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଅଛି । ସେହିପରି ପ୍ରଫେସର ମଧୁସୂଦନ ପତି ଓ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଉପଦେଷ୍ଟା ଭାବେ ରଖିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଶେଷରେ ସୋମ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.