oom

ଦିବ୍ୟ ଜୀବନ ସଂଘରେ ମହା ବିଷୁବ ସଂକ୍ରାନ୍ତି ପାଳିତ ଓ ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଦିବ୍ୟ ଜୀବନ୍ ସଂଘ ପକ୍ଷରୁ ଗତକାଲି ମହା ବିଷୁବ ସଂକ୍ରାନ୍ତି ପାଳନ ହେବା ସଂଗେ ସଂଗେ ସାଧାରଣ ପରିଷଦ ବୈଠକରେ ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ କରାଯାଇଛି । ସକାଳ ୮ ଟାରେ ଗୁରୁ ପାଦୁକା ପୂଜା ହେବା ପରେ ଦିନ ୧୦ ଟାରେ ସାମୁହିକ ଭାବରେ ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମ ସହିତ ହନୁମାନ ପୂଜା ଓ ଚାଳିସା ପାଠ, ଓମ୍ ନମଃ ଭଗବତେ ଶିବାନଦାୟ, ଓମ୍ ନମଃ ଭଗବତେ ଚିଦାନନ୍ଦାୟ ଓ ମହା ମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ ଥର ଲେଖାଏଁ ପାଠ ହୋଇଥିଲା । ଦିନ ୧୧ଟାରେ ସାଧାରଣ ପରିଷଦ ବୈଠକରେ ସଭାପତି ରବି ଚନ୍ଦ୍ର ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା, ସହ ସମ୍ପାଦକ ଶ୍ରୀମତୀ ରୀତା ବକ୍ସି ବିବରଣୀ ଉପସ୍ଥାପନା କରିଥିବା ବେଳେ କୋଷାଧ୍ୟକ୍ଷ ପ୍ରମୋଦ ରଞ୍ଜନ ପାଣ୍ଡିଆ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରି ବିବରଣୀ ଗୃହିତ ହୋଇଥିଲା । ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରବି ଚନ୍ଦ୍ର ଉଦ୍‌ଗାତା ସଭାପତି, ଶେଖର ପଣ୍ଡା ଉପସଭାପତି, ରଘୁନାଥ ବାବୁ ସାଧାରଣ ସମ୍ପାଦକ, ରିତା ବକ୍ସି ସହସମ୍ପାଦକ, ପ୍ରମୋଦ ରଞ୍ଜନ ପାଣ୍ଡିଆ କୋଷାଧ୍ୟକ୍ଷ, ଉପଦେଷ୍ଟା କମିଟିରେ ଡ ମଧୁସୂଦନ ପତି, ନିତ୍ୟାନନ୍ଦ ଦାସ ଠାକୁର, ଡାକ୍ତର୍ କୃଷ୍ଣ ପ୍ରସାଦ ବହିଦାର ନିର୍ବାଚିତ ହୋଇଥିଲେ । କାର୍ଯ୍ୟକାରୀ କମିଟି ସଦସ୍ୟ ରୂପେ ଚିନ୍ମୟୀ ପାଣିଗ୍ରାହୀ, ନିହାରିକା ମିଶ୍ର, ସହଦେବ ମଲ୍ଲିକ, ବିଷ୍ଣୁଦତ୍ତ ହୋତା, ଶିବାନନ୍ଦ ଦାସ, ରମେଶ ଯୋଶୀ, କିଶୋର ମୋହନ ମିଶ୍ର, ଶଶିଭୂଷଣ ପୁରୋହିତ, ପ୍ରଶାନ୍ତ ପଟ୍ଟନାଏକ, ରଜନିକାନ୍ତ ସେଠ, କାନନ ବିହାରୀ ପଟ୍ଟନାୟକ, ପଦ୍ମନାଭ ଭୋଇ, ଆର୍ ବି ପରିଛା, ବି ପି ମିଶ୍ର, ନୂରାଧନ ସାହୁ ସର୍ବ ସମ୍ମତିରେ ନିର୍ବାଚିତ ହୋଇଛନ୍ତି ।

jittmm
Leave A Reply

Your email address will not be published.