oom

ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ପହଂଚାଇଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ଆଣି ଚିକିତ୍ସା କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ । ବିଧାୟକ ଲକ୍ଷ୍ମଣ ବାଗ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ କୌଣସି କାମରେ ଯାଇଥିବା ବେଳେ ମୁରିବାହାଲ ବ୍ଲକର ପତ୍ରାପାଲି ଗାଁ ନିକଟରେ ୨ଜଣ ବ୍ୟକ୍ତି ବାଇକରେ ଆସୁଥିବା ସମୟରେ ତାଙ୍କ ବାଇକ ସମ୍ନାରେ ବଳଦ ପଶି ଯିବାରୁ ଦୁର୍ଘଟଣା ଘଟିଥିଲା ବାଇକରେ ଥିବା ଗୁଲାବ ସାହୁ ଗୁରୁତର ହୋଇଥିବା ବେଳେ ଆଉଜଣେ ବ୍ୟକ୍ତି ସମାନ୍ୟ ଆହତ ହୋଇଥିଲେ । ବିଧାୟକ ସେହି ରାସ୍ତାରୁ ଆସୁଥିବା ବେଳେ ଗୁରୁତର ଗୁଲାବ ଓ ତାଙ୍କ ସହଯୋଗୀଙ୍କୁ ବଙ୍ଗୋମୁଣ୍ଡା ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଇବା ପରେ ଗୁରୁତରଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ପଠାଇଛନ୍ତି ବିଧାୟକ । ବିଧାୟକଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି ଅଂଚଳବାସୀ ।

jittmm
Leave A Reply

Your email address will not be published.