om academy

ଦେବଙ୍ଗ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଅନ୍ତର୍ଗତ ଦେବଙ୍ଗ ଗ୍ରାମରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ପୋଖରୀରେ ପୂଜାର୍ଚ୍ଚନା କରି କଳସୀରେ ପାଣି ଉଠାଇ ସଂକିତ୍‌ର୍ତ୍ତନ୍ୟ ଦଳ ଓ ଘଣ୍ଟ ସହାୟତାରେ ଗ୍ରାମ ପରିକ୍ରମା କରିଥିଲେ । ସେଠାରୁ ପ୍ରହରୀ ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କଲେ । ଏହି ନାମଯଜ୍ଞରେ ୧୬ଟି ସଂକିତ୍‌ର୍ତ୍ତନ୍ୟ ଦଳ ଅଂଶଗ୍ରହଣ କରିବେ । ଗ୍ରାମରେ ଚଳିତ ବର୍ଷ ୩ୟ ବର୍ଷ ନାମଯଜ୍ଞ ହେଉଥିବାରୁ ଗ୍ରାମବାସୀ ବହୁତ୍ ଉତ୍ସାହିତ ଅଛନ୍ତି । ଏହି ପ୍ରହରୀର କର୍ତ୍ତା ଭାବେ ଗଣାଦୀପ ଦାସ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସଂଯୁକ୍ତା ଦାସ ଥିବାବେଳେ ଆୟୋଜକ କମିଟି ସଭାପତି ନେତ୍ରମଣି ଭୋଇ, ସମ୍ପାଦକ ମୋହନ ନେଓରା, କୋଷାଧ୍ୟକ୍ଷ ରାଜେନ୍ଦ୍ର ଭୋଇ ଓ ମୁଖ୍ୟପୂଜକ ପ୍ରକାଶ ଦାସ ସମସ୍ତ ଗ୍ରାମର ପୁରୁଷ ଓ ଶତାଧିକ ମହିଳା ଏହି କଳସ ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଏହି ନାମଯଜ୍ଞରେ ଆସନ୍ତା ଗୁରୁବାର ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ କମିଟି ତରଫରୁ ଜଣାପଡିଛି ।

Leave A Reply

Your email address will not be published.