ଜୟ କୋଶଲ କ୍ରିକେଟ କ୍ଲବ ଦ୍ୱାରା ପାଳିତ ହେଲା ୭୨ତମ ସାଧାରଣତନ୍ତ୍ର ଦିବସ

ବଙ୍ଗୋମୁଣ୍ଡା, ( ପୁସ୍ତମ ଯୁଆଡି ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କଁସିଲ ଗ୍ରାମର ଜୟ କୋଶଲ କ୍ରିକେଟ କ୍ଲବ ଦ୍ୱାରା କୋଭିଡ କଟକଣାରେ ପାଳିତ ହେଇଯାଇଛି ୭୨ତମ ସାଧାରଣତନ୍ତ୍ର ଦିବସ । ଏହି ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ଓ ଉଦବୋଧନ ଦେଇଥିଲେ କଁସିଲ ଗ୍ରାମର ଯୁବକବି, ଗୀତିକାର, ଶିକ୍ଷକ କେକି ସିଂ ଭୋଇ । ସେ ତାଙ୍କର ଭାଷଣରେ ଉଦବୋଧନ ଦେଇ କହିଥିଲେ ଯୁବକ ମାନଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ସମାଜରୁ ଦୁର୍ନୀତି, ଅତ୍ୟାଚାରକୁ ହଟାଇ ହେବ । ଏବଂ ଗ୍ରାମ ତଥା ବିକାଶରେ ଯୁବକ ମାନଙ୍କ ନିଃସ୍ୱାର୍ଥପର ମନୋଭାବ ହିଁ ଆମକୁ ଶୀର୍ଷରେ ପହଞ୍ଚାଇ ପାରିବ । ଅନ୍ୟ ମାନଙ୍କ ମଧ୍ୟରେ କ୍ଲବର ସଭାପତି ଶିବ ପ୍ରସାଦ ଭୋଇ, ଉପ ସଭାପତି ମୋହନ ପଟେଲ, ସମ୍ପାଦକ ରସାନ୍ତୁ ପଟେଲ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସହ ସମ୍ପାଦକ ଉଗ୍ରସେନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେö କୈବଲ, ହୃଦାନନ୍ଦ, କୁଂଜ, ଅର୍ଧେନ୍ଦୁ, ମାନସ, ଦୀପକ, କ୍ଷେତ୍ର, ତ୍ରୁନେସ, ଗୋପାଳ, ବବଲୁ, ପୀୟୂଷ, ସୁରେଶ, ଆଜାଦ ପ୍ରମୁଖ କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!