jayashree

ତୁରେକେଲା ବ୍ଲକ କୁଇବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲୋନୀପଡା ପଡିଆଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କୁଇବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଲୋନୀପଡା ପଡିଆଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରପଞ୍ଚ ଶ୍ରୀମତୀ ବିଲାଶ ପୁଟେଲଙ୍କ ସଭାପତିତ୍ୱରେ ସମାଜସେବୀ ସୁବାଷ ପୁଟେଲ ମଞ୍ଚ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ଏଇ ଅଶୋକ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ । ଜିପିଓ ଗଜାନନ ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟସିଂ ମେହେର, ସମିତି ସଭ୍ୟା ପଦ୍ମା ସମରଥ, ନାଏବ ସରପଞ୍ଚ ରଞ୍ଜିତା ନାଏକ, ପୂର୍ବତନ ସରପଂଚ କ୍ଷୀରମତୀ ପୁଟେଲଙ୍କ ନୋମିନି ସମାଜ ସେବୀ କ୍ଷୀତିରାମ ପୁଟେଲ, ଦୁର୍ଯ୍ୟୋଧନ ରାଉତ, ରାମେଶ୍ୱର ମହାନନ୍ଦ ୱାର୍ଡ ମେମ୍ବର ଉଜଳ ପୁଟେଲ, ନାଏବ ସରପଞ୍ଚଙ୍କ ନୋମିନି ରୁସିଲା ହାତ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ କୁଇବାହାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ, ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର କୁନିକୁନି ଛାତ୍ରୀ, ସେମେଲା ଗାଁର ବାଙ୍ଗୁରି କଳାକାର ଏବଂ ଅନ୍ୟାନ୍ୟ ଅଞ୍ଚଳର କଳାକାର ନବୀନ ସରକାର ଯେଉଁ ଯୋଜନା କରିଛନ୍ତି ସେ ବିଷୟ ନେଇ ଗୀତ ମାଧ୍ୟମରେ ବୁଝାଇ ଦର୍ଶକଙ୍କୁ ମନମୁଗ୍ଧ କରାଇଥିଲେ । ଏହି ଅବସରରେ ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତି ମହିଳା, ଆଶା କର୍ମୀ, ସିଆର୍‌ପି, ଏମ୍‌ବିକେ ମହିଳା ବୃନ୍ଦ, ଏସ୍‌ଏଚ୍‌ଜି ମହିଳା, ଉକ୍ତ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁରୁ ପ୍ରାୟ ଦୁଇ ହଜାର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.