om academy

ଟିଟିଲାଗଡରେ ବିଜୁ ଜନତା ଦଳ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡ଼ିଶାରେ କରୋନା ବୃଦ୍ଧିକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଜନ ସଚେତନତା କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇ ସାରିଥିବ ବେଳେ ଗତକାଲି ୨୨ ଅକ୍ଟୋବର ସକାଳ ୧୦:୩୦ ସମୟରେ ଟିଟିଲାଗଡର ବିଜୁ ଜନତା ଦଳ କାର୍ୟ୍ୟାଳୟ ଠାରେ ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କରୋନା ଭୁତାଣୁର ସଂକ୍ରମଣ ବିଷୟରେ ସଚେତନ କରିବାକୁ ଏକ ଜନ ସଚେତନ ରଥକୁ ସବୁଜ ପତକା ଦେଖେଇ ଶୁଭାରମ୍ଭ କରିଥିଲେ । ଟିଟିଲାଗଡ ବିଜୁ ଜନତା ଦଳର ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ଏହି ରଥ ଟିଟିଲାଗଡ ସହର ସମେତ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହ ମାସ୍କ ବଣ୍ଟନ କରିବା, ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର କରିବା ଆଦି ବାର୍ତ୍ତା ପ୍ରଦାନ କରିବ । ପିପଲପଦର, ଶିକେର, ଶଗଡଘାଟ ଗ୍ରାମ ବୁଲି ମନ୍ତ୍ରୀ ଶ୍ରୀମତୀ ସାହୁ ଟିଟିଲାଗଡ ବ୍ଳକ ଅଧକ୍ଷା ଶ୍ରୀମତୀ ରାମାକାନ୍ତି ପୁଟେଲ, ପୂର୍ବତନ ବ୍ଳକ ଅଧକ୍ଷା ଶ୍ରୀମତୀ ଗୀତା ବିଶି, ସମିତି ସଭ୍ୟ ଶ୍ରୀମତୀ ବବିତା ସାହୁ ଏବଂ ପଞ୍ଚାୟତର ବିଜୁ ଜନତା ଦଳ ନେତୃ ବୃନ୍ଦ ଉପସ୍ଥିତ ରହି ସଚେତନତା ସୃଷ୍ଟି କରିବା ସହ ମାସ୍କ ଓ ଲିଫଲେଟ ବଣ୍ଟନ କରିଥିଲେ । ଏହି ସଚେତନତା ରଥ ଟିଟିଲାଗଡ, ସଇଁତଳା ଓ ଗୁଡଭେଲା ବ୍ଳକ ଆଦି ଅଞ୍ଚଳରେ ବୁଲି ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.