ବଲାଙ୍ଗିର ଓ ସୋନପୁର ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟରେ ବଢ଼ୁଛି ଗ୍ରୀଷ୍ମ ପ୍ରବାହ । ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ସୂଚନା ଅନୁସାରେ ରାଜ୍ୟରେ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ଟିଟିଲାଗଡ଼ ୪୨.୨ ଡିଗ୍ରୀ ତାପମାତ୍ରାକୁ ଛୁଇଁଛି। ଏତିକି ବେଳେ ୪୮ ଘଂଟା ନିମନ୍ତେ ବଲାଙ୍ଗିର ଓ ସୋନପୁର ଜିଲ୍ଲା ପାଇଁ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି ।

ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ତାଳଚେର, ଭବନୀପାଟଣା, ବଲାଙ୍ଗିର, ମାଲକାନଗିରି, ନୟାଗଡ଼ ଓ ବୌଦରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୪ ଦିନରେ ତାପମାତ୍ରା ଆହୁରି ବଢିବା ସହ ପାଖାପାଖି ୪୩ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଆସନ୍ତା ୪୮ ଘଣ୍ଟା ପାଇଁ ୬ ଜିଲ୍ଲାକୁ ହିଟ୍ ୱେଭ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବଲାଙ୍ଗିର ଓ ସୋନପୁର ଜିଲ୍ଲା ପାଇଁ ପାଣିପାଗ ବିଜ୍ଞାନକେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

Leave A Reply

Your email address will not be published.