ଗାଁରେ ପଶି ଘର ଭାଙ୍ଗିଲା ହାତୀ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି କୂଳଡ଼ିହାରେ ଥମୁନି ହାତୀ ଉପଦ୍ରବ । ମଙ୍ଗଳବାର ସକାଳେ କୂଳଡ଼ିହା ଅଭୟାରଣ୍ୟରୁ ଏକ ହାତୀ ଆସି ଔପଦା ବ୍ଲକ ଢୋଲପୁର ଗ୍ରାମରେ ପଶି ଆତଙ୍କ ଖେଳାଇଛି । ଗ୍ରାମର ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିବା ସହ ଘର ଛପରକୁ ଓପାଡି ଫିଙ୍ଗି ଦେଇଛି । ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଔପଦା ବ୍ଲକ ଢୋଲପୁର ଗ୍ରାମରେ ଏକ ହାତୀ ପଶି ଉପଦ୍ରବ କରୁଛି । ହାତୀଟି ଗ୍ରାମର ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଘର ଆଜ୍‌ବେଷ୍ଟର ଛପରକୁ ମୁଣ୍ଡରେ ଟେକି ଫୋପାଡି ଦେଇଛି । ଏହା ସହ ବହୁ ଲୋକଙ୍କ ବାଡ଼ିରେ ପଶି ଚାଷ ନଷ୍ଟ କରିଛି । ସେପଟେ ଖବର ପାଇ ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି । ତେବେ ଗାଁରେ ବାରମ୍ବାର ହାତୀ ପଶି ଉପଦ୍ରବ କରୁଥିବାରୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.