ls

ଭୁବନେଶ୍ୱର ସହର ଭିତରେ ପଶିଲା ହାତୀ

sb

ଭୁବନେଶ୍ୱର : ଭୁବନେଶ୍ୱର ସହର ଭିତରକୁ ପଶିଆସିଲା ହାତୀ । ଭରତପୁର ସମ୍ ହସ୍ପିଟାଲ ପୁରୁଣା ରୋଡ଼ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଚନ୍ଦକା ଜଙ୍ଗଲରୁ ଗୋଟିଏ ହାତୀ ସହର ଭିତରକୁ ପଶି ଆସିଥିବା ଜଣାପଡିଛି । ସହର ଭିତରେ ହାତୀ ପଶି ପାଚେରୀ ଭାଙ୍ଗିବା ସହ ଗ୍ରୀଲକୁ ଶୁଣ୍ଢରେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ତେବେ ଚନ୍ଦକା ଜଙ୍ଗଲ ପଟୁ ପାଚେରୀ ଡେଇଁ ହାତୀ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି । ହାତୀକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପ୍ରଥମ ଥର ଏହି ଅଞ୍ଚଳରେ ହାତୀ ପଶିଥିବା ସ୍ଥାନୀୟ ଲୋକ କହିଥିବା ଜଣାପଡିଛି ।

ସିସିଟିଭିରେ ହାତୀ ବୁଲୁଥିବା ବେଳର ଭିଜୁଆଲ କଏଦ ହୋଇଥିବା ଜଣାପଡିଛି । ତେବେ ଖବର ପାଇ ବନ ବିଭାଗ ଉକ୍ତ ଅଞ୍ଚଳରେ ପହଞ୍ଚିଛି । ହାତୀର ଗତିବିଧି ଲକ୍ଷ୍ୟ କରିବା ପାଇଁ ବନ ବିଭାଗ ସଜାଗ ରହିଛି । ହାତୀ ଘଉଡେଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିବା ଜଣାପଡିଛି ।

pc pk
Leave A Reply

Your email address will not be published.