କଣ୍ଟାବାଞ୍ଜି,(କେପିଏନ୍ଏସ୍) : ଗୁରୁଶିଷ୍ୟର ସମ୍ପର୍କ ଯୁଗ ଯୁଗର ଏକ ପବିତ୍ର ସମ୍ପର୍କ । କେଉଁ ଆବହମାନ କାଳରୁ ଏହି ସମ୍ପର୍କଟି ମଣିଷ ଜାତିକୁ ବାଟ ଦେଖାଇ ଆସିଛି । ସୂଚନାଯୋଗ୍ୟ ଯେ କେ.ଭି ମହାବିଦ୍ୟାଳୟ ଠାରେ ଗୁଗୁଲ ମିଟରେ ଭରଚୁଏଲ ଗୁରୁ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟାପକ ଡ଼. ସଂଜୟ କୁମାର ମିଶ୍ରଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ବଲାଂଗୀର ସରକାରୀ ମହିଳା ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ଼ ସୁଷମା ମଞ୍ଜରୀ ନାୟକ ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ଭାଗ ନେଇଥିଲେ । ସ୍ନାତକୋତ୍ତର ଛାତ୍ର ଘସିରାମ ତାଣ୍ଡି ସଭା ପରିଚାଳନା କରିଥିବା ବେଳେ ଛାତ୍ରୀ ନନ୍ଦିତା ସେଠ, ଛାତ୍ର ମନୋଜ ରଣା ଏବଂ ଅଧ୍ୟାପକ ଲୋହିତାକ୍ଷ୍ୟ ଯୋଶୀ ଓ ରୋହିତ କୁମ୍ଭାର ପ୍ରମୂଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉତ୍ସବରେ ଗୁରୁ ଏବଂ ଶିକ୍ଷକଙ୍କ ପବିତ୍ର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
Prev Post