ls

ରେଡ଼ିଓ ଶ୍ରୋତା ୯୭ ବର୍ଷୀୟ ଗୁଞ୍ଜ ମାଝୀ

2020

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଯୁଗରେ ରେଡ଼ିଓର ଧୀରେ ଧୀରେ ସଉକ କମି ଯାଉଥିବା ବେଳେ ଏବେ ପୁରୁଣା କାଲିଆ ଲୋକମାନେ ଏବେ ବି ରେଡ଼ିଓ ଅତି ଯତନରେ ଆପଣେଇ ନେଇଛନ୍ତି । ଏମିତି ଜଣେ ଶ୍ରୋତା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଗାଁର ଗୁଞ୍ଜ ମାଝୀ । ବୟସ ୯୭ । ଆଉ ତିନି ବର୍ଷ ହେଲେ ଗୁଞ୍ଜ ଶତାୟୁରେ ପହଞ୍ଚିବେ । ହେଲେ ଘରେ ଟିଭି, ମୋବାଇଲ ଥାଉ ଥାଉ ରେଡ଼ିଓକୁ ନିଜ ବନ୍ଧୁ ବନେଇଛନ୍ତି । ରେଡ଼ିଓରେ ସମାଚାର, ଚାଷବାସ, ଦେଶବିଦେଶ ଖବର, ଗୀତ ଇତ୍ୟାଦି ବେଶ ଶୁଣନ୍ତି । ଆକାଶବାଣୀ ବଲାଙ୍ଗୀର, ଆକାଶବାଣୀ କଟକ, ବିବିତ ଭାରତୀ ଶୁଣିଆସୁଛନ୍ତି । ରେଡ଼ିଓ ସୁଲଭ ମୂଲ୍ୟରେ ସେବା ଯୋଗାଉ ଥିବାରୁ ପୁରୁଣା କାଲିଆ ଲୋକମାନେ ବେଶ ପସନ୍ଦ କରନ୍ତି । ଏବେ ମଧ୍ୟ ଗାଁ ଗଣ୍ଡାରେ ରେଡ଼ିଓ ଲୋକେ ଶୁଣି ଆସୁଛନ୍ତି ।

Leave A Reply

Your email address will not be published.