ppurohit

ପଶ୍ଚିମାଂଚଳର ଗ୍ରୀନ ଡାଇମଣ୍ଡ ଚୋରୀ

2nd

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜ ଅଧୀନସ୍ଥ ସର୍ଗିବାହାଲ କେନ୍ଦୁପତ୍ର ଅଫିସ ପରିସରରେ ଥିବା ଇଛାପାଲି ପତ୍ରଫଡିରୁ ପ୍ରାୟ ତିନି ଲକ୍ଷ ଅଶି ହଜାର ଟଙ୍କା ମୂଲ୍ୟର କେନ୍ଦୁପତ୍ର ଚୋରୀ ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି ବୋଲି ମେଲଛାମୁଣ୍ଡା କେନ୍ଦୁପତ୍ର ରେଂଜର ପହିଲ ବେହେରା ଅଭିଯୋଗ କରିଛନ୍ତି । ୧୨/୦୯/୨୦୨୦ ସକାଳ ୬ଟା୩୦ରେ ଜଗୁଆଳୀ ଜଣକ ରେଜଂର ବେହେରାଙ୍କୁ ଚୋରୀ ସମ୍ବନ୍ଧରେ ଫୋନ ଯାଗେ ଜଣାଇଥିଲେ । ଏହା ପରେ ରେଂଜର ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଲେ ଏବଂ ସମସ୍ତେ ଘଟଣା ସ୍ଥାଳରେ ପହଞ୍ଚି ଜାଣିଥିଲେ, ସେଠୁ ୧୮ ବସ୍ତା ଓ ୧୩୧ଟି ବିଡା କେନ୍ଦୁପତ୍ର ଚୋରୀ ହୋଇଥିବା ସୁନିଶ୍ଚିତ ହେବା ପରେ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ ।

ପାଖାପାଖି ଚାରି ଲକ୍ଷର ସରକାରୀ ସମ୍ପତ୍ତିକୁ ଗୋଦାମ ଭିତରେ ସୁରକ୍ଷିତ ସ୍ଥାନରେ ନ ରଖି ଖାମଖିଆଲି ଭାବରେ କାହିଁକି ଏକ ଖୋଲା ବାରଣ୍ଡାରେ ରଖିଲେ , ତାହା ଏକ ସୁକଳ୍ପିତ ଯୋଜନା ନୁହେ ତ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହା ସହ ଦୁଇ ଜଣ ରାତ୍ର ଜଗୁଆଳୀ ଥାଇ କିପରି ଗୋଟିଏ ଟ୍ରକରେ ଭର୍ତ୍ତି ହେବା ପରିମାଣର କେନ୍ଦୁପତ୍ର ଚୋରୀ ହୋଇଗଲା, ଯାହା ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । ଏହା ସହିତ ଯେଉଁ ପାଖାପାଖି ୧୨ ଜଣ କର୍ମଚାରୀ ପତ୍ର ବାନ୍ଧିବା କାର୍ୟ୍ୟରେ ନିୟୋଜିତ ଥିଲେ, ସେମାନେ ରାତ୍ରିରେ ସେଠାରେ ଥାଇ ମଧ୍ୟ ଜାଣି ପାରିଲେ ନାହିଁ କେମିତି, ତାହା ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଛି । କେହି ସାମିଲ ନଥାଇ ଏତେ ପରିମାଣର କେନ୍ଦୁପତ୍ର ଚୋରୀ ହେବା ସମ୍ଭବ ନୁହେଁ । ଏଠାରେ ପ୍ରଶ୍ନ ଉଠେ, ଦୁଇ ଦୁଇ ଜଣ ରାତ୍ରି ଜଗୁଆଳି ଥାଇ ମଧ୍ୟ କିପରି ଗୋଟିଏ ଟ୍ରକ କେନ୍ଦୁପତ୍ର ଚୋରୀ ହେଲା ? ଚୋରିମାଲ ଗଲା କୁଆଡେ ? ପଦ୍ମପୁର ଅଞ୍ଚଳରେ ସକ୍ରିୟଥିବା ଚୋରାବିଡି କାରଖାନାକୁ ନା ୱେଷ୍ଟ ବେଙ୍ଗଲକୁ…. ! କାରଣ ଗତବର୍ଷ ଏହି ଅଞ୍ଚଳର ଚୋରା କେନ୍ଦୁପତ୍ର ଓଡ଼ିଶା ବଙ୍ଗାଳ ସୀମାରେ ଧରା ପଡିଥିଲା ।

Leave A Reply

Your email address will not be published.