ଡକାୟତି ଅଭିଯୋଗରେ ଦୁଇ ଜଣ ଯୁବକ ଗିରଫ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରାୁ ଏନଏସି ଅଧୀନସ୍ଥ କପସିଲା ଗ୍ରାମର ଶରତ ସାହୁଙ୍କୁ ଡକାୟତି କରୁଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୁଡଭେଲା ବ୍ଳକ ଅନ୍ତର୍ଗତ ମାଧିଆପାଲି ଗ୍ରାମକୁ ସୋମବାର ସଂଧ୍ୟା ପ୍ରାୟ ୫ଟା ସମୟରେ ପନିପରିବା କିଣିବା ପାଇଁ ଶ୍ରୀ ସାହୁ ଯାଇଥିବା ବେଳେ  ତୁଷୁରା-ଅର୍ଜୁନପୁର ରାସ୍ତାସ୍ଥିତ ପିପଲମୁଣ୍ଡା ମାଟି ରା‌ସ୍ତା ଛକ ଠାରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ତାଙ୍କୁ ଠେଙ୍ଗା ଓ ଭୁଜାଲି ଦେଖାଇ ଟଙ୍କା ମାଗିଥିବା ବେଳେ ସେ ଚାଲାକିରେ ସ୍ଥାନୀୟ ପୋଲିସକୁ ଖବର ଦେଇଥିବା ସହ ଆଖପାଖର ଲୋକମାନେ ଆସି ଉକ୍ତ ଯୁବକ ମାନଙ୍କୁ କାବୁ କରିଥିଲେ । ଏ ନେଇ ତୁଷୁରା ପୋଲିସ କେଶ ନଂ. ୮ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଛି । ଉକ୍ତ ଯୁବକ ଦ୍ବୟ ତୁଷୁରା ଥାନା ଅନ୍ତର୍ଗତ କନ୍ଧେନବାହାଲି ଗ୍ରାମର ସୁବିନ ନନ୍ଦ ଓ ବିକାଶ ସାହୁ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।

Leave A Reply

Your email address will not be published.