ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣା : ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଖଣ୍ଡିଆବନ୍ଧର ବାରବାଟୀର ପ୍ରଶାନ୍ତ ସାହୁ(୪୦), ପ୍ରତୀକ୍ଷା ସାହୁ(୬), ବ୍ରହ୍ମଗିରି ଅରଖକୁଦାର ଶଙ୍କର ବେହେରା(୩୮) ଓ ଦିବ୍ୟରଞ୍ଜନ ସାହୁ (୩୫) । ପ୍ରଶାନ୍ତ ଓ ପ୍ରତୀକ୍ଷା ହାଇଟେକ୍‌ ଡାକ୍ତରଖାନା ଏବଂ ଶଙ୍କର ଓ ଦିବ୍ୟରଞ୍ଜନ ଏସ୍‌ସିବିରେ ଚିକିତ୍ସାଧୀନ ଥିଲେ । ଆଜିର ୪ ଜଣ ମୃତକଙ୍କୁ ମିଶାଇ ବାଣ ବିସ୍ଫୋରଣ ଘଟଣାରେ ୧୦ ଜଣ ଆଖି ବୁଜିଲେଣି । ଯେଉଁଥିରେ ୪ଜଣ ସମ୍ପର୍କରେ ବାପା-ଝିଅ । ୧୦ ଜଣ ମୃତକଙ୍କ ମଧ୍ୟରେ କେବଳ ଖଣ୍ଡିଆବନ୍ଧ ଗ୍ରାମର ୭ ଜଣ ରହିଛନ୍ତି ।

Leave A Reply

Your email address will not be published.