ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ଆଲୁମିନି ଆସୋସିଏସନ୍ ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ କଲେଜରେ ଏକ ଆଲୁମିନି ଆସୋସିଏସନ୍ ଗଠନ କରିବା ପାଇଁ କଲେଜ ଅଧ୍ୟକ୍ଷା ପୁରୁଷୋତ୍ତମ ମେହେରଙ୍କ ଅଧ୍ୟକ୍ଷତାରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଲୁମିନି ଆସିସଏସନର ସଂଯୋଜକ ତଥା ଓଡ଼ିଆ ଅଧ୍ୟାପକ ବ୍ୟାସଦେବ ଦଣ୍ଡସେନା ଆଲୁମିନି ଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଇତିହାସ ବିଭାଗ ଅଧ୍ୟାପକ ଜଗଦୀଶ ସିଂ ବାବୁ ବିଦ୍ୟାର୍ଥୀ ଓ ଶିକ୍ଷକମାନଙ୍କ ପବିତ୍ର ସମ୍ପର୍କ ଏବଂ ମୋ କଲେଜ୍ ଅଭିଯାନର ଆବଶ୍ୟକତା ଉପରେ ପ୍ରସ୍ତାବ ରଖିଥିଲେ । ଆଲୁମିନି ସଂଗଠନର ସଭାପତି ଭାବେ ନୀଳକଣ୍ଠ ନାୟକ, ସମ୍ପାଦକ ପ୍ରଦୀପ ତ୍ରିପାଠୀ ଏବଂ ସଭ୍ୟାଭାବେ ମମତା ସିଂ ନିନା, ଭାରତୀ ଦଣ୍ଡସେନା, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଗୋବର୍ଦ୍ଧନ ଛତ୍ରିଆ ଓ ଜିତେନ୍ଦ୍ର ତ୍ରିପାଠୀ ମନୋନୀତ ହୋଇଥିଲେ । ବିଭିନ୍ନ ପୂର୍ବ ଛାତ୍ରମାନେ କଲେଜ ସହ ଥିବା ପୁରାତନ ସ୍ମୃତି ଉପରେ ଆଲୋକପାତ କରିଥିଲେ । ଇଂରାଜୀ ଅଧ୍ୟାପିକା ବିନ୍ଦୁସାଗର ବେହେରା, ରାଜନୀତି ଅଧ୍ୟାପିକା ସଂଗୀତା ପ୍ରଧାନ, ଗ୍ରନ୍ଥାଗାର ଖୁସିରାମ କଠାର, ସାହାର୍ୟ୍ୟ ଓ ସହଯୋଗ କରିଥିଲେ । ଓଡ଼ିଆ ଅଧ୍ୟାପକ ବିଷ୍ଣୁ ଚରଣ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.