oom

ସିଡିଏମଓଙ୍କ ପାଖରେ ଫେରାଦ ହେଲା ଛାତ୍ର ବିଜେଡି

jsmm

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ଜୟନ୍ତୀ ନଗର ପଡାର କୈବଲ୍ୟ ସେନାପତିଙ୍କ ୧୨ ବର୍ଷର ପୁଅ ମନୋଜ ଚିକିତ୍ସା ଅବହେଳାରୁ ମୃତ୍ୟୁ ବରଣ କରିଥିବା ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଶବ ରଖି ରାସ୍ତାରୋକ କରିଥିଲେ । ଏହାଥିଲା ନଭେମ୍ବର ୨୬ ତାରିଖର ଘଟଣା । ସେହି ଘଟଣାକୁ ନେଇ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଆଜି ସିଡିଏମଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଜ୍ୟ ଛାତ୍ର ବିଜେଡି କାର୍ୟ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଜିତେନ୍ଦ୍ର ବେହେରା ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରାଙ୍କୁ ସାକ୍ଷାତ କରି ଘଟଣାର ତଦନ୍ତ ଦାବୀ କରିଛନ୍ତି । ଏହା ସହ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨ଜଣ ଡାକ୍ତର, ୨ଜଣ ନର୍ସ ଓ ଜଣେ ଫାର୍ମାସିଷ୍ଟ ଦେବାପାଇଁ ସିଡିଏମଓଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମନୋଜ ସେନାପତି(୧୨) ପେଟରେ ଯନ୍ତ୍ରଣା ହେବାରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ନେଇଥିଲେ । ସେଠାରେ ଜଣେ ନର୍ସ ବିନା ଡାକ୍ତରଙ୍କ ପରାମର୍ଶ ଓ ଉପସ୍ଥିତିରେ ଏକ ଇଞ୍ଜେକସନ ଦେଇଥିଲେ । ପରେ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

jittmm
Leave A Reply

Your email address will not be published.