ପୁରୁଷୋତ୍ତମପୁର : ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି । ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇ ଚର୍ଚ୍ଚାର ଘେରକୁ ଆସିଛନ୍ତି ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର । ସହରରେ ଘରକୁ ଘର ବୁଲି ବର୍ଯ୍ୟବସ୍ତୁ ସଂଗ୍ରହ ଲାଗି ବ୍ୟାଟେରି ଚାଳିତ ଅଟୋ ଗାଡିରେ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇଛନ୍ତି । ମହିଳାମାନେ ଗାଡି ଚଳାଇବା ଏଠାରେ ପ୍ରଥମ । ଗୁରୁବାର ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ନିତିଶ କୁମାର ତ୍ରିପାଠୀ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ଏହାସହ ଦକ୍ଷତାର ସହ କାର୍ଯ୍ୟ କରୁଥିବା ୧୦ଜଣ ସୁଇପରଙ୍କୁ ମଧ୍ୟ ଅତିଥିମାନେ ସମ୍ମାନିତ କରିଛନ୍ତି । ମହିଳାଙ୍କୁ ନିଯୁକ୍ତି ଦେବାକୁ ନେଇ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି ଓ ବିଭିନ୍ନ ସଂଗଠନ ପକ୍ଷରୁ ନିର୍ବାହୀ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।
Next Post