ବଲାଙ୍ଗିର ଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ତୁଶ୍ରୀତା ସିଂ ମାଝୀ ପ୍ରଥମ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡ଼ିଶାରେ ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ତୁରେକେଲା ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ଜେଏମ୍‌ଜେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କଣ୍ଟାବାଞ୍ଜିର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ତୁଶ୍ରୀତା ସିଂ ଦେବୀ ମାଝୀ ଇଂରାଜୀ ରଚନା ଲିଖନରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିଥିଲେ । ଖୁସିର କଥା ପୃଥିବୀ ରାଜ ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର ଠାରେ ଜିଲ୍ଲାସ୍ତରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ସ୍ତରରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ପ୍ରଦାନ ଉତ୍ସବରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱ।ର, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର ଅତିଥି ଭାବେ ଯୋଗଦେଇଥିଲେ । ସୁଶ୍ରୀ ତୁଶ୍ରୀତାଙ୍କୁ ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି ତୁଶ୍ରୀତାଙ୍କ ସ୍ୱଲିଖିତ ଶିଶୁ କବିତା ମମତାର ଡୋରି, ଇନ୍ଦ୍ରଧନୁ ସମେତ ଅନେକ ପତ୍ର ପତ୍ରିକାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ସେ ଜଣେ ମେଧାବୀ ଛାତ୍ରୀ ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି । ତାଙ୍କର ବାପା ଧନସିଂ ମାଝୀ ମାନ୍ଦଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଥିବା ବେଳେ ମାଆ ଗଙ୍ଗଦେଇ ଧରୁଆ ଜାମୁଟଯୁରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କର ସଫଳତାର ଖବର ପାଇ ସହପାଠୀ ଓ ଶିକ୍ଷକ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.