କରପଡା ଗ୍ରାମରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଛତ୍ରପୁର ନିକଟବର୍ତ୍ତୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ପାଠାଗାର ଠାରେ ମା’ ରାମଚଣ୍ଡୀ ଟ୍ରଷ୍ଟ, ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ହସ୍ପିଟାଲ ଓ ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ସଚେତନତା ଶିବିର ତଥା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସକାଳ ୭ଟାରୁ ଆରମ୍ଭ ହୋଇ ଦିବା ୧୧ଟା ପର୍ଯ୍ୟନ୍ତ ତଥା ଅପରାହ୍ନ ୪ଟାରେ ଆରମ୍ଭ ହୋଇ ରାତି ୮ଟାରେ ସମାହିତ ହୋଇଯାଇଛି । ଏଥିରେ ୧୦ଜଣ ବିଶେଷଜ୍ଞ ଡାକ୍ତର ଯୋଗଦେଇ ଏହି ସ୍ଵାସ୍ଥ୍ୟ କ୍ୟାମ୍ପ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ମନ୍ଦିର ଟ୍ରଷ୍ଟି ଟୁଲୁ ପଣ୍ଡା, ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ପୂଜା କମିଟିର ଉପଦେଷ୍ଟା ତଥା ଛତ୍ରପୁର ଏସ୍‌.ଡ଼ି.ଜେ.ଏମ୍‌. କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ତ୍ରିପତି ବାଲାଜୀ ମିଶ୍ର. ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ପୂଜା କମିଟି ସଭାପତି ଅଜୟ ନାୟକ, କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ଲସିତ ବରଣ ବେହେରା (ଓକିଲ), ସୁଧୀର ମହାରଣା, ରାଜେଶ କୁମାର ନନ୍ଦ, ମନୋଜ ମିଶ୍ର, ଦଣ୍ଡପାଣି ମହାରଣା, ତ୍ରିଲୋଚନ ରାଉଳ, ସମାଜସେବୀ ଦିନେଶ ମହାନ୍ତି, ଟୁଟୁ ନାୟକ, ଦୀପକ ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗର ହାତ ବଢାଇଥିଲେ । ସୂଚନାଯୋଗ୍ୟ ଯେ, ଆଜିର ଏହି ସ୍ୱାସ୍ଥ୍ୟ ସେବା ଶିବିରରେ କରପଡ଼ା ପଞ୍ଚାୟତର ଶତାଧିକ ଵ୍ୟକ୍ତି ବିଶେଷଙ୍କୁ ଔଷଧ ତଥା ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମା’ ରାମଚଣ୍ଡୀ ମନ୍ଦିର ତରଫରୁ କରାଯାଇଥିବା ଏହି ପ୍ରୟାସକୁ ପ୍ରସଂଶା କରିଥିଲେ । ମନ୍ଦିର କମିଟିର ସଂଯୋଜକ କମଲ କୁମାର ପଣ୍ଡା ଏହି ବିବରଣୀ ଦେଇଥିଲେ ।

Leave A Reply

Your email address will not be published.