ନୂଆପଡାରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ନୂଆପଡା, (ନିରାକାର ମେହେର) : କେନ୍ଦ୍ର ସରକାର ଚଳିତ ଅଧିବେଶନରେ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍ – ୨୦୨୧ ସଂସଦରେ ଆଣିବାକୁ ଯାଉଛନ୍ତି । ଏହି ଆଇନ ଦ୍ୱାରା ୨ଟି ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ସହଜ ହେବ । ତେଣୁ ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍‌ ୨୦୧୧କୁ ସର୍ବ ଭାରତରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ସଙ୍ଗଠନ ଗୁଡ଼ିକ ବିରୋଧ କରି ଗତକାଲି ଠାରୁ ଦୁଇଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଥିବା ବେଳେ ନୂଆପଡା ଜିଲ୍ଲାରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି । ୧୬ ଓ ୧୭ ତାରିଖରେ ସମସ୍ତ ସରକାରୀ ବ୍ୟାଙ୍କ ଶାଖା ସମ୍ମୁଖରେ କର୍ମଚାରୀ ଓ ଅଧିକାରୀମାନେ ବ୍ୟାଙ୍କକୁ ବନ୍ଦ କରି ଧର୍ମଘଟରେ ବସିଛନ୍ତି । ବ୍ୟାଙ୍କିଙ୍ଗ ଆଇନ ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶରେ ପ୍ରାୟ ୫୪ ହଜାର ବ୍ୟାଙ୍କ ଶାଖା ଏବଂ ରାଜ୍ୟର ପ୍ରାୟ ୫ ହଜାର ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ ଦିଆଯିବ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.