oom

୧୮ରୁ ଆରମ୍ଭ ହେବ ଧାନକିଣା, ଧାନ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ନରସିଂହଙ୍କ ପ୍ରସ୍ତାବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଚଳିତ ଖରିଫ ଋତୁ ପାଇଁ ଜିଲ୍ଲା ‌ସ୍ତରୀୟ ଧାନ କିଣା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଲାଙ୍ଗିରରୁ ଭିଡିଓ କନ୍‌ଫରେନ୍ସିଙ୍ଗ ମାଧ୍ୟମରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପାଟଣାଗଡ ବିଧାୟକ ସରୋଜ ମେହେର, ବଲାଙ୍ଗିର ସଂସଦ ପ୍ରତିନିଧି, ଲୋଇସିଂହାରୁ ବିଧାୟକ ମୁକେଶ ମହାଲିଙ୍ଗ, ବଲାଙ୍ଗିର ଉପଜିଲ୍ଲାପାଳ, ଚାଷୀ ପ୍ରତିନିଧି ଡା ସୁଧୀର ପରିଚ୍ଛା, ଜତି ପ୍ରଧାନ, ଜିଲ୍ଲା ଯୋଗାଣ ଅଧୀକାରୀ, ଜିଲ୍ଲା କୃଷି ଅଧୀକାରୀ, ପୋଲିସ ଅଧିକାରୀ, ସମବାୟ ବ୍ୟାଙ୍କ ଅଧିକାରୀ ତଥା ଧାନ କିଣା ସମ୍ବନ୍ଧୀୟ ଅନ୍ୟାନ୍ୟ ଅଧୀକାରୀମାନେ ସାମିଲ ଥିଲେ ।

ସଭା ଆରମ୍ଭରେ ଜିଲ୍ଲାପାଳ ଚଞ୍ଚଲ ରାଣା ଖରିଫ ରୁତୁର ଧାନ ଅମଳ ବହୁତ ଭଲ ହୋଇଥିବାରୁ ଧାନ କିଣାକୁ ମଧ୍ୟ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଜେଣ୍ଡା ମୁତାବକ ଧାନର ମାନ ନିର୍ଦ୍ଧାରଣକୁ ନେଇ ଯୋଗାଣ ବିଭାଗ ପାଖରେ କଣ ଭିତ୍ତିଭୂମି ରହିଛି, ତାହା ଜାଣିବାକୁ ଚାହିଁ ଥିଲେ ବଲ।ଙ୍ଗିର ବିଧାୟକ ନରସିଂହ । କେବଳ କ୍ୱିଣ୍ଟାଲ ପିଛା ୫ ରୁ ୧୦ କେଜି ଧାନ କାଟି ଦେଇ ଅଣ-ଏଫଏକ୍ୟୁ ଧାନକୁ ଏଫଏକ୍ୟୁରେ ପରିଣତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହିତ କହିଥିଲେ । ସରକାରୀ ନୀତି ଅନୁସାରେ ସମସ୍ତ ପ୍ୟାକ୍ସ ତଥା ମାର୍କେଟିଂ ୟାର୍ଡ ମାନଙ୍କରେ ଧାନର ମାନ ନିର୍ଧାରଣ ପାଇଁ ମାନ ନିର୍ଧାରଣ ଯନ୍ତ୍ର ନିହାତି ଆବଶ୍ୟକ ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ସରୋଜ ମେହେର, ବିଧାୟକ ମୁକେଶ ମହାଲିଙ୍ଗଙ୍କ ସହିତ ଚାଷୀ ପ୍ରତିନିଧିମାନେ ନିଜର ମତ ରଖିଥିଲେ । ଧାନ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ରଖାଯିବା ନେଇ ପ୍ରସ୍ତାବ ବୈଠକରେ ସର୍ବ ସମ୍ମତି କ୍ରମେ ପାରିତ ହୋଇଥିଲା । ଏହାକୁ ନେଇ ବିଧାୟକ ନରସିଂହ ମିଶ୍ର କହିିଥିଲେ ଯେ, ଧାନର ମୂଲ୍ୟ ନିର୍ଧାରଣ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ତଥାପି ବିଭିନ୍ନ ରାଜ୍ୟ ଚାଷୀଙ୍କ ଲାଭାର୍ଥେ ଅଧିକ ଟଙ୍କା ଦେଇ ଧାନ କିଣୁଛନ୍ତି । ତେଣୁ ଓଡିଶ ସରକାର ମଧ୍ୟ ନିଜ ପ୍ରସ୍ତାବିତ ୨୯୩୦ ଟଙ୍କାରେ ଧାନ କିଣୁ ବୋଲି ପ୍ରସ୍ତାବ ରଖିଥିଲେ । ତେବେ କୌଣସି ସେଣ୍ଟରରେ ମାନ ନିର୍ଧାରଣ ପରେ ଯଦି ଧାନ ସର୍ବନିମ୍ନ ସହାୟକ ମୁଲ୍ୟରୁ ଧାନ କମ ଦରରେ କିଣାଯାଏ ତେବେ ଜରୁରୀ ଓ ନିତ୍ୟ ବ୍ୟବହାର୍ୟ୍ୟ ଆଇନ ୧୯୫୫ ଅନୁସାରେ ଦାଇତ୍ୱରେ ଥିବା ଅଧିକାରୀ ଦଣ୍ଡିତ ହେବେ । ଏବର୍ଷ ଖରିଫ ଧାନ କିଣା ଏ ମାସର ୧୮ ତାରିଖରୁ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହେବା ସହ ଧାନକିଣା ଅଂଚଳକୁ ଚାଷୀ ବ୍ୟତତ ଅନ୍ୟ କେହି ଯେପରି ଯାଇ ନପାରିବେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରିବ ବୋଲି ଜିଲ୍ଲାପାଳ କହିଥିଲେ । ଗତ ବର୍ଷ ପରି ଏ ବର୍ଷ ମଧ୍ୟ ମଣ୍ଡି ହେଣ୍ଡେଲିଂ ଦାଇତ୍ୱ ପ୍ୟାକ୍ସ ନିଜେ ନେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ସଭା ଶେଷରେ ଯୋଗାଣ ଅଧୀକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.