jayashree

ଖପ୍ରାଖୋଲ ପୋଲିସ ଦ୍ୱାରା ଗୋଟିଏ ଶିଶୁ ସହ ସାତ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ଦ୍ୱାରା ବୁଧବାର ଦିନ ଗୋଟିଏ ଶିଶୁ ସହ ୭ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକମାନେ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଚାବରିପାଲି ଗାଁର ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ତିନୋଟି ବାଇକରେ କିଛି ଦାଦନ ଶ୍ରମିକ ଲାଠୋରକୁ ଯାଉଥିବା ବେଳେ ପୋଲିସ ଖବର ପାଇ ମହରାପଦର ଛକ ନିକଟରେ ଚଢାଉ କରି ଉଦ୍ଧାର କରିଥିଲେ । ଶ୍ରମିକଙ୍କୁ ଲାଠୋର ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଦାଦନ ସର୍ଦାର ଭାସ୍କର ନାଏକ(୩୩)ଙ୍କ ତରଫରୁ ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲ ସିଟି ନିକଟସ୍ଥ ଜାମୁକୁଣ୍ଟାକୁ ଚାଲାଣ କରୁଥିବା ପୋଲିସ ପ୍ରକାଶ କରିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୫୫/୨୦୨୩ରେ ଭାରତୀୟ ପେନାଲ କୋର୍ଟର ଧାରା ୩୭୦/୩୭୪/୪୧୭/୧୨୦ବି ଏବଂ ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ସହ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.