jayashree

ମଣିପୁରରେ ହିଂସା ବନ୍ଦ କରାଯିବାକୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଣିପୁରରେ ହିଂସା ବନ୍ଦ କରାଯିବାକୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଗଠନ ସଭାନେତ୍ରୀ ସବିତା ନନ୍ଦଙ୍କ ନେତୃତ୍ୱରେ ସଂଗଠନର ସଦସ୍ୟାମାନେ ମିଶି ଆଜି ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ସାରା ଭାରତ ବର୍ଷରେ ନାରୀ ନିର୍ଯାତନା ବଢ଼ି ଚାଲିଥିବା ବେଳେ ମଣିପୁର ରାଜ୍ୟରେ ଆଦିବାସୀ ମହିଳାମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର ଜାରି ରହିଛି । ଏହାକୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ଦୃଢ଼ ନିନ୍ଦା କରୁଛି । ଦେଶର ସର୍ବୋଚ୍ଚ ପଦରେ ଏବେ ଜଣେ ମହିଳା ମହାମହିମ ରାଷ୍ଟ୍ରପତି ମର୍ଯ୍ୟାଦାରେ ରହିଥିବା ବେଳେ ସେ ଏଭଳି ଅତ୍ୟାଚାରୀମାନଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ବିନମ୍ର ନିବେଦନ କରିଛି ।

Leave A Reply

Your email address will not be published.