ସାମ୍ବାଦିକ ସଂଘ ତରଫରୁ ଲୋକସଭା ସାଂସଦକୁ ଦାବୀପତ୍ର ପ୍ରଦାନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ସର୍ବ ପୁରାତନ ସାମ୍ବାଦିକ ସଂଘ ପକ୍ଷରୁ ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ଏକ ଦାବୀପତ୍ର ସଂଘର ପ୍ରତିନିଧିଙ୍କ ଦ୍ୱାରା ପ୍ରଦାନ କରାଯାଇଛି । କଂଟାବାଂଜି ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା କାର୍ଯ୍ୟକ୍ରମ ଅବସରରେ ଆସିଥିବା ବେଳେ ସଂଘ ତରଫରୁ ଏହି ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘ ସ୍ଥାପନ ହେବାର ଦୀର୍ଘ ୨୭ ବର୍ଷ ପୂର୍ଣ୍ଣ ହୋଇଥିବା ବେଳେ ନିଜର ଭବନ ନ ଥିବାରୁ ଏକ ସାମ୍ବାଦିକ ଭବନ ନିର୍ମାଣ ପାଇଁ ସାଂସଦ ପାଣ୍ଠିରୁ ଅନୁଦାନ ଦେବା ପାଇଁ ଅନୁରୋଧ କରାଯାଇଛି । ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସଙ୍କ ନେତୃତ୍ୱରେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଭାଜପା ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ଲକ୍ଷ୍ମଣ ବାଗ, ବେଦବ୍ୟାସ ନାଗଙ୍କ ସହ ସଂଘର ସମସ୍ତ କର୍ମକର୍ତା ସାମିଲ ଥିଲେ ।

Leave A Reply

Your email address will not be published.