ଦକ୍ଷିଣ ରାଉରକେଲାରେ କୋଭିଡ-୧୯ର ଟୀକାକରଣ କେନ୍ଦ୍ର ଖୋଲିବାକୁ ଦାବୀ

ରାଉରକେଲା, (ଗୌରାଙ୍ଗ ଚନ୍ଦ୍ର ଦାଶ) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ୍‌ କର୍ମଚାରୀ ସଂଘର ୩୯ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଘର ସଭାପତି ଦିଲ୍ଲୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଉପ ସଭାପତି ସୁଧାକର ମଲ୍ଲିକ, ଚାନ୍ଦମଣି ନାୟକ, ସାଧାରଣ ସଂପାଦକ ଗୌରାଙ୍ଗ ଚନ୍ଦ୍ର ଦାଶ ଓ ସଂଯୋଜକ ମୁରଲିଧର ଗୌଡ଼ ମିଳିତ ବିବୃତିରେ ସାରନଗରୀରେ କୋଭିଡ-୧୯ର ଟୀକାକରଣ କେନ୍ଦ୍ର ଖୋଲିବାକୁ ସଭାପତିଙ୍କ ନିକଟରେ ଦାବୀ କରିଥିଲେ । ସଭାପତି କହିଛନ୍ତି, ବୁଧବାର ଦିନ ସମସ୍ତେ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଓ ଆର୍‌ଜିଏଚ୍‌ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସାକ୍ଷାତ କରି ଉକ୍ତ ବିଷୟରେ ଅବଗତ କରାଯିବ । ଫଳ ସ୍ୱରୂପ ଆଜି ସଭାପତି ସମେତ ୫ ଜଣ ଗୌରାଙ୍ଗ ଚନ୍ଦ୍ର ଦାଶ, ସୁଧାକର ମଲ୍ଲିକ, ଚାନ୍ଦମଣି ନାୟକ, ମୁରଲିଧର ଗୌଡ଼ ଅତିରିକ୍ତ ଜିଲ୍ଲାପାଳ ଓ ସରକାରୀ ହସ୍‌ପିଟାଲ୍‌ର ମୁଖ୍ୟ ଅଧିକାରୀଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରି ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସଂପୃକ୍ତ ବିଷୟରେ ବିଭାଗୀୟଙ୍କ ସହ ଆଲୋଚନା କରି କିଛି କରିବାକୁ କହିଥିଲେ । ଏଣିକି ମାସର ୧୬ ତାରିଖ ଦିନ ମଙ୍ଗଳା ମନ୍ଦିର ପରିସରରେ ବୈଠକ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଉକ୍ତ ଆଲୋଚନାରେ ସର୍ବଶ୍ରୀ ନବକିଶୋର ଜେନା, ବିଷ୍ଣୁ ନାୟକ, ପ୍ରକାଶ ସାମନ୍ତରାୟ, ବିଜୟ ନାୟକ, ଗଣେଷ ବେହେରା, ପଦ୍ମଲୋଚନ ଡୋରା, ବସନ୍ତ କୁମାର ଜେନା, ର।।ସ ବିହାରୀ ଧଳ ପ୍ରମୁଖ ଭାଗ ନେଇ ନିଜର ମତବ୍ୟକ୍ତ କରିଥିଲେ । ଆଗାମୀ ହୋଲି ଉତ୍ସବ ପାଳନ କରିବାକୁ ସ୍ଥିର କରାଯାଇଛି । ପରିଶେଷରେ ଉପସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.