om academy

ପୁରୀରେ ବିଶ୍ଵ ସାଇକେଲ ଦିବସ ପାଳନ ଓ ସାଇକେଲ ଶୋଭାଯାତ୍ରା

jsm

ପୁରୀ, (ଦିଲୀପ କୁମାର ଧାଉଡିଆ) : ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ଯୁବ ସେବା ଓ କ୍ରୀଡ଼ା ମନ୍ତ୍ରାଳୟ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଗତକାଲି ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସାଇକେଲ ଶୋଭାଯାତ୍ରାକୁ ଶ୍ରୀମନ୍ଦିର ନିକଟରୁ ପୁରୀ ଇଣ୍ଡୋର୍‌ ଷ୍ଟାଡିୟମ ଅଭିମୁଖେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ସମେତ ନେହୁରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀମାନେ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ପରେ ଇଣ୍ଡୋର୍‌ ଷ୍ଟାଡିୟମଠାରେ ପହଞ୍ଚି ସେଠାରେ ଅନୁଷ୍ଠିତ କାଯୟ୍ୟକ୍ରମରେ ଯୋଗ ଦେଇ ଅତିଥିମାନେ ସାଇକେଲ ଚାଳନାର ଉପକାରିତା ଓ ଶରୀରକୁ ସୁସ୍ଥ ରଖିବାରେ ସାଇକେଲର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ମାନସ ରଂଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ଚକ୍ରଧର ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ, ଗଣମାଧ୍ୟମ ପ୍ରତିନିଧି ନୃସିଂହ ଚରଣ ମହାନ୍ତି, ବିଜୟ ପଟ୍ଟନାୟକ, ସୁଇମିଂ କୋଚ ରାଜୀବ ଲୋଚନ ଦାସ, ପ୍ରଶାନ୍ତ ମିଶ୍ର, ମନୋରଞ୍ଜନ ସୁନ୍ଦର ରାୟ ପ୍ରମୁଖ ସାଇକେଲ ଚାଳନାର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଏନ୍ଏସ୍ଏସ୍ ଅଫିସର ସୁକାନ୍ତ ମହାନ୍ତି ସଭା ପରିଚାଳନା କରିଥିଲେ । ଅବସରରେ କ୍ରୀଡ଼ାବିତ ମନୋଜ କୁମାର ପ୍ରଧାନ ଓ ଶଶି ଭୂଷଣ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ନେହୁରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ଶ୍ରୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.