ବଲାଙ୍ଗିର ଜିଲ୍ଲାରେ ଆଜି ୪୩ ଜଣ ନୂଆ ଆକ୍ରାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟ ମିଳିଛି । ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, ବିରିପାଲି ଗ୍ରା.ପ.ରୁ ୫, ଝରିଆଲ୍‌ ଗ୍ରା.ପ.ରୁ ୧ ଓ ସିନ୍ଧେକେଲା ଗ୍ରା.ପ.ରୁ ୩, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ କୁତୁର୍ଲା ଗ୍ରା.ପ.ରୁ ୪, ଗୁଡ଼ଭେଲା ବ୍ଲକ ଗୁଡ଼ଭେଲା ଗ୍ରା.ପ.ରୁ ୧, ଘୁନା ଗ୍ରା.ପ.ରୁ ୧ ଓ ଯାମୁଟ ଗ୍ରା.ପ.ରୁ ୧, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ରୁ ୧ ଓ ୧୫ରୁ ୧, ଖପ୍ରାଖୋଲ ବ୍ଲକ୍‌ ଲାଠୋର, ଓଡ଼ିଆପାଲି ଓ ସାହାଜପାଣି ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ମୁରିବାହାଲ ବ୍ଲକ୍‌ ପତ୍ରପାଲି ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୨, ଗୁଡ଼ିଘାଟ ଗ୍ରା.ପ.ରୁ ୧, ସିରୋଲ ଗ୍ରା.ପ.ରୁ ୧ ଓ ଡଙ୍ଗରପଡ଼ା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ଧୁବଲପଡ଼ା ଗ୍ରା.ପ.ରୁ ୧ ଓ ଡଙ୍ଗାବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୭ରୁ ୧, ପୁଇଁନ୍ତଲା ବ୍ଲକ୍‌ ବହଲପଦର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା, କୁମ୍ଭାରୀ, ଧରପଗଡ଼ ଓ କୁଇକେଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ବ୍ଲକ୍‌ କତରକେଲା ଗ୍ରା.ପ.ରୁ ୧ ଓ ସୁର୍ଡା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୬ରୁ ୨ ଜଣ ସଂକ୍ରମଣର ଶିକାର ହୋଇଛନ୍ତି ।

Leave A Reply

Your email address will not be published.