ବଲାଙ୍ଗିର ଜିଲ୍ଲାରେ ୧୨୪ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୯୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୯୫ ଜଣ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ବିବିଏମ୍‌ଚିଏଚ୍‌ରୁ ୬, ସ୍ୱସ୍ତିକ ମାର୍ବଲ୍‌ରୁ ୧, ସାଲେପାଲିରୁ ୧, ଟିକ୍ରାପଡ଼ାରୁ ୧, ପେଲେସଲାଇନ୍‌ରୁ ୨, ଲାଲଟିକ୍ରାରୁ ୩, କଲେଜଛକରୁ ୩, ଗାନ୍ଧୀନଗରପଡ଼ାରୁ ୪, ଇନ୍ଦିରାନଗରରୁ ୧, ସିଭିଲ୍‌କୋର୍ଟ ପଛପାଖରୁ ୧, ଏସ୍‌ପି ଅଫିସ୍‌ରୁ ୩, ବଲାଙ୍ଗିର ଜେଲ୍‌ରୁ ୧, ରାଜେନ୍ଦ୍ରପଡ଼ାରୁ ୯, ରାଜୀବନଗରରୁ ୧, ଆର୍‌କେ କଷ୍ଟ୍ରେଜ୍‌ରୁ ୧, ଜଗନ୍ନାଥପଡ଼ାରୁ ୨, ପୋଲିସ କଲୋନୀରୁ ୧, ବେହେରାପାଲିରୁ ୨, ସୁଦପଡ଼ାରୁ ୩, ବରପାଲିପଡ଼ାରୁ ୧, ଆନନ୍ଦନଗରରୁ ୨, ଆଇଟିଆଇ ଲାଲଟିକ୍ରାରୁ ୧, ତାଲପାଲିପଡ଼ାରୁ ୬, ଆର୍‌ଓ, ବଲାଙ୍ଗିରରୁ ୧, ଆଦର୍ଶପଡ଼ାରୁ ୧, ଶାନ୍ତିପଡ଼ାରୁ ୪, ଓଲ୍‌ଡ଼ ପେଲେସ୍‌ରୁ ୧, ରେଡ଼ିଓ କଲୋନୀ ୩, ରୁଗୁଡ଼ିପଡ଼ାରୁ ୬, କନ୍ଧପାଲିପଡ଼ାରୁ ୨, ସାଗରପଡ଼ାରୁ ୧, ତୁଲସୀନଗରରୁ ୧, ରାଧାରାଣୀପଡ଼ାରୁ ୩, ଦଶମତୀନଗରରୁ ୧, ଟିକ୍ରାପଡ଼ାରୁ ୨, କନ୍ଧପାଲିପଡ଼ାରୁ ୧, ମାଲପଡ଼ାରୁ ୪, ଅଫିସର୍‌ କଲୋନୀରୁ ୧, ଚନ୍ଦ୍ରଶେଖରପଡ଼ାରୁ ୧, ମହାଲକ୍ଷ୍ମୀନଗରରୁ ୧, ଚିମନିଭାଟିପଡ଼ାରୁ ୧, କଂସାରୀପଡ଼ାରୁ ୧ ଜଣ ପୋଜିଟିଭ୍‌ ବାହାରିଛି । ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ରାମପୁରରୁ ୧, ଆଗଲପୁରରୁ ୧, କୁଡ଼ାସିଂଗାରୁ ୧, ବଲାଙ୍ଗିର ବ୍ଲକ୍‌ରୁ ୧, ଗନ୍ଧରେଲରୁ ୧ ଓ ପଥରଚେପାରେ ୧, ବେଲପଡ଼ା ବ୍ଲକ୍‌ର ବାଲିଖମାରରୁ ୧, ଗୁଡ଼ଭେଲା ବ୍ଲକ୍‌ ତୁଷୁରାରୁ ୨, ଖପ୍ରାଖୋଲ ବ୍ଲକ୍‌ ଜୁରିଆରୁ ୧, ଲୋଇସିଂହା ବ୍ଲକ୍‌ କନ୍ଦାଜୁରୀରୁ ୧ ଓ ଲୋଇସିଂହାରୁ ୬, ପାଟଣାଗଡ଼ ବ୍ଲକ୍‌ ବାଲିପଟାରୁ ୧, କେନ୍ଦୁମୁଣ୍ଡିରୁ ୧, ପୁଇଁନ୍ତଲା ବ୍ଲକ୍‌ ଗଇଁତଲାରୁ ୧, ଅଙ୍କରିଆପଦରରୁ ୧, ଆଠଗାଁରୁ ୧, ସଇଁନ୍ତଲା ବ୍ଲକ୍‌ ସାଲେଦମକରୁ ୧, ବଡ଼ମାଲରୁ ୪, ବର୍‌ହାମାଲରୁ ୧ କରୋନାରେ ସଂକ୍ରମିତ ହୋଇଛନ୍ତି । ଜଣେ ପୁରୁଷ କୋଭିଡ଼ ଯୋଦ୍ଧା ଆଜି ଆକ୍ରାନ୍ତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୭୬ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୮୪୮ ।

Leave A Reply

Your email address will not be published.