ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ମାସ୍କ ବଂଟନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ଏନଏସି କାର୍ଯ୍ୟାଳୟ ପରିସରରେ ସହରର ସମସ୍ତ ଜରୁରୀ ଅଭାବୀ ଲୋକଙ୍କୁ ଆଜି ମାସ୍କ ଏବଂ ସାବୁନ ବଂଟନ କରିଛନ୍ତି । ଏହି ଅବସରରେ ସେ କଂଟାବାଂଜି ଏନଏସିର ଜନସାଧାରଣ କରୋନା ଭଳି ମହାମାରି ସଂକ୍ରମଣ ରୋଗରୁ ରକ୍ଷା ପାଇବାକୁ ହେଲେ ନିଜର ସଚେତନତା ସହିତ ମାସ୍କ ବ୍ୟବହାର ଏବଂ ସ୍ୱଚ୍ଛତା ଅବଳମ୍ବନ ଆପଣେଇବାକୁ ହେବ ବୋଲି ସଚେତନତାର ବାର୍ତା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏନଏସି ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟ ମିଶ୍ରଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.