୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ବଲାଙ୍ଗିର ଜିଲ୍ଲାରେ : ବଲାଙ୍ଗିର ପୌରାଂଚଳରୁ ୩୧ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୧ ଜଣ ରହିଥିବା ନେଇ ସରକାରୀ ସୂଚନାରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ଗେଟ୍‌ସରୋବରପଡ଼ାରୁ ୧, ଶାନ୍ତିପଡ଼ାରୁ ୧, ପେଲେସଲାଇନ୍‌ରୁ ୪, ଚିମିନିଭାଟିରୁ ୧, ସୁଦପଡ଼ାରୁ ୧, ମହାଦେବନଗରରୁ ୧, କଲେଜଛକରୁ ୧, କ୍ଲବ୍‌ପଡ଼ାରୁ ୮, ପ୍ରତାପସାଗରପଡ଼ାରୁ ୨, ଠିକାଦାରପଡ଼ାରୁ ୧, ହାତୀଶାଲପଡ଼ାରୁ ୧, ରୁଗୁଡ଼ିପଡ଼ାରୁ ୨, କଳାମଣ୍ଡଳପଡ଼ାରୁ ୬ ଏବଂ ବରପାଲିପଡ଼ାରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ବ୍ଲକ କୁଠୁଲାରୁ ୧ ଓ ସଇଁନ୍ତଲା ବ୍ଲକ୍‌ ଭତାସର୍‌ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ତାଲିକାରେ ଦୁଇ ଜଣ ସୋନପୁର ଜିଲ୍ଲାର ରୋଗୀ ମଧ୍ୟ ସାମିଲ୍‌ ଅଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରୁ ୧୭୮୬ ଜଣ ପଜିଟିଭ୍‌ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୩୫ ଜଣ ସୁସ୍ଥ ହୋଇ ଫେରି ସାରିଛନ୍ତି ।

Leave A Reply

Your email address will not be published.