oom

ଆଜି ୧୩୩୭ ସଂକ୍ରମିତ ଚିହ୍ନଟ

jsmm

ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଗୋଟିଏ ଦିନରେ ୧୩୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୧୫ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୨୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୦୧୮କୁ ଛୁଇଁଛି । ତେବେ ଖୋର୍ଦ୍ଧାରୁ ୧୯୬, ଗଂଜାମରୁ ୨୦୧, କଟକରୁ ୧୬୮, କେନ୍ଦୁଝରରୁ ୮୦, ସୁନ୍ଦରଗଡ଼ରୁ ୮୩, ପୁରୀରୁ ୭୩, ଗଜପତିରୁ ୭୫, ମାଲକାନଗିରିରୁ ୩୮, ନୟାଗଡ଼ରୁ ୬୦, ସମ୍ବଲପୁରରୁ ୭୨, କେନ୍ଦ୍ରାପଡ଼ାରୁ ୩୭, ବାଲେଶ୍ୱରରୁ ୩୧, କୋରାପୁଟରୁ ୩୧, ଯାଜପୁରରୁ ୨୪, ଭଦ୍ରକରୁ ୨୨, ରାୟଗଡ଼ାରୁ ୨୨, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୨୦, ମୟୁରଭଂଜରୁ ୧୫, ବଲାଙ୍ଗିରରୁ ୧୧, ବରଗଡ଼ରୁ ୧୪, କଳାହାଣ୍ଡିରୁ ୧୩, ଝାରସୁଗୁଡ଼ାରୁ ୧୦, ନବରଂଗପୁରରୁ ୭, ଅନୁଗୁଳରୁ ୪, ଢେଙ୍କାନାଳରୁ ୫, ସୋନପୁରରୁ ୩ ଓ ବୌଦ୍ଧରୁ ଜଣେ ଆକ୍ରାନ୍ତ ହୋଇଛନ୍ତି ।

jittmm
Leave A Reply

Your email address will not be published.