ls

ଆଜି ରାଜ୍ୟରେ ୧୪ ଜଣଙ୍କ ପ୍ରାଣ ନେଲା କରୋନା

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ୧୪ ଜଣଙ୍କ ପ୍ରାଣ ନେଇଛି କରୋନା । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି କରୋନା । କିନ୍ତୁ କରୋନା ଜନିତ ମୃତ୍ୟୁର ଲାଗି ରହିଛି। ପ୍ରତିଦିନ ୧୦ରୁ ଅଧିକ ଲୋକଙ୍କ ଜୀବନ ନେଉଛି କରୋନା ମହାମାରୀ । ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ଆଉ ୧୪ କରୋନା ରୋଗୀ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଛି । ସୂଚନାରେ କୁହାଯାଇଛି, ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ଥିବା ବେଳେ ସମ୍ବଲପୁରରୁ ୩, ରାୟଗଡା, ନୂଆପଡା, ଜଗତସିଂହପୁର, କଟକ, ଭୁବନେଶ୍ୱର ଓ ଅନୁଗୁଳରୁ ଜଣେ ଲେଖାଏଁ ଅଛନ୍ତି ।

pc pk
Leave A Reply

Your email address will not be published.