csstore

ସାନନ୍ଦ ମିଶ୍ର ହେଲେ ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ଭାବେ ଯୁବନେତା ସାନନ୍ଦ ମିଶ୍ରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନବ ନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି ଯେ, ଆଗାମୀ ଦିନରେ କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାରର କୃଷକ ମାରଣ ନୀତି ବିରୁଦ୍ଧରେ ବ୍ଲକ ଓ ପଂଚାୟତ ସ୍ତରରେ କୃଷକ ସଂଗଠନକୁ ସଶକ୍ତ କରାଯିବ । ଏହା ସହ କୃଷକମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବୀରେ ତୀବ୍ରତର ଆନ୍ଦୋଳନ କରାଯାଇ କୃଷକମାନଙ୍କ ହକ ପାଇଁ କିଷାନ କଂଗ୍ରେସ ଲଢିବ । ତେବେ ଏହି ଖବର ପ୍ରକାଶିତ ହେବା ପରେ ଜିଲ୍ଲା କିଷାନ କଂଗ୍ରେସରେ ଖୁସି ପ୍ରକାଶ କରାଯିବା ସହ ଶ୍ରୀ ମିଶ୍ରଙ୍କୁ ଅଭିନନ୍ଦନ ଜଣାଯାଉଛି । ଜିଲ୍ଲା କିଷାନ କଂଗ୍ରେସର ସଭାପତି ରୂପେ ନିଯୁକ୍ତି ପାଇବା ପରେ ଶ୍ରୀ ମିଶ୍ର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ରାଜ୍ୟ ବରିଷ୍ଠ ପ୍ରବକ୍ତା ସମରେନ୍ଦ୍ର ମିଶ୍ର, ଜିଲ୍ଲା ସଭାପତି ଦିଲିପ ବେହେରାଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.