oom

କେନ୍ଦ୍ର ସରକାର ବିରୁଦ୍ଧରେ ବ୍ଲକ କଂଗ୍ରେସର ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରର ମୋଦୀ ସରକାରଙ୍କ ଜନମାରଣ ନିତୀ ବିରୁଦ୍ଧରେ ସାରା ରାଜ୍ୟ ସମେତ ବଲାଙ୍ଗିର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ତରଫରୁ ବିକ୍ଷୋଭ ଓ ଧାରଣ ପ୍ରଦର୍ଶନ କରାଯାଇଛି । ସେହିକ୍ରମରେ ବଲାଙ୍ଗିର ସଦର ବ୍ଲକ କଂଗ୍ରେସ ଅଧ୍ୟକ୍ଷ ରାମପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାର ବିରୁଦ୍ଧରେ ନାରାବାଜି କରିବା ସହ କେନ୍ଦ୍ରର ଜନବିରୋଧୀ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଶବାସୀ କରୋନା ମହାମାରୀରେ ନିଜର ସର୍ବସ୍ୱ୍ୱ ହରାଇ ତ୍ରାହି ତ୍ରାହି ଡାକୁଥିବା ବେଳେ କେନ୍ଦ୍ରର ମୋଦୀ ସରକାର ଗତ ଦୁଇ ମାସରେ ୨୯ ଥର ତୈଳଦର ବୃଦ୍ଧି କରି ସରକାରୀ ଖଜଣା ଭରିବାରେ ବ୍ୟସ୍ତ ରହିଥିବା ଅଭିଯୋଗ ଆଣିଛି କଂଗ୍ରେସ । ତୈଲଦର ବୃଦ୍ଧି ଯୋଗୁଁ ବିଭୀନ୍ନ ଅତ୍ୟାବଶକୀୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି । ଯଦ୍ୱାରା ଦେଶର ସାଧାରଣ ନାଗରୀକର ଜୀବନ ଜାପନ ଦୁର୍ବିସହ ହୋଇ ପଡିଛି । ସେହିପରି ଅଚ୍ଛେଦିନର ସ୍ୱପ୍ନ ଦେଖାଇ ଗାଦୀକୁ ଆସିଥିବା କେନ୍ଦ୍ର ସରକାର ଦେଶର ଚାଷୀଙ୍କ ଜୀବନ ନର୍କରେ ପରିଣତ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଏଭଳି ସ୍ଥିତିରେ ତୈଳଦର ତଥା ନିତ୍ୟ ବ୍ୟବହାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀ ମାନଙ୍କ ଦର ନିୟନ୍ତ୍ରଣ କରିବା, ଧାନର କ୍ୱିଣ୍ଟାଲ ପିଛା ଏମଏସପିକୁ ୨୯୩୦ ପର୍ଯ୍ୟନ୍ତ ବୃଦ୍ଧି କରିବା, ଟୋକନ ଅବଧିକୁ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି କରିବା, କଟନୀ ଛଟନୀକୁ ସମ୍ପୁର୍ଣ୍ଣ ବନ୍ଦ କରିବା, ଖରିପ ଋତୁରେ ଚାଷୀଙ୍କୁ ବିହନ, ସାର ଯୋଗାଇ ଦେବା ଓ ରବି ୠତୁରେ କିଣାଯାଇ ନଥିବା ବଳକା ଧାନ ପାଇଁ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବ୍ଲକ କଂଗ୍ରେସ ଦାବୀ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସମେତ ଅଖିଳ ମୋହନ ଥାଟି, ବିଶ୍ୱଜିତ ନାଥ, ସଂକିର୍ତନ ମେହେର, କମଲ ନନ୍ଦ, ସଂଜିବ ପ୍ରଧାନ, ଗଗନ ନାଥ, ପ୍ରକାଶ ବରାଇ, ଟୁନା ପାଣୀଗ୍ରାହୀ, ସଞ୍ଜୟ ମିଶ୍ର, ଖ୍ରୀଷ୍ଟ ବାଗ, ଫକରି ଷାଣ୍ଡ, ସାନ୍ତନୁ ସାଏ, ତରଣୀ ଚନ୍ଦନ ଓ ତ୍ରିନାଥ ରାଉତ ପ୍ରମୂଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.