![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମରେ ଘର ସମ୍ମୁଖରୁ ଦିନ ଦୁଇ ପହରରେ ଏକ ବାଇକ ଚୋରି ହୋଇଯାଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଟର ସାଇକେଲଟି ସୁକାନ୍ତ ବିଶ୍ୱାଳଙ୍କ ନାମରେ ରହିଥିବା ବେଳେ ତାର ନମ୍ବର ଓଡି୧୭ଏନ୍୬୪୪୮ ବ୍ଲୁ କୋର ରଙ୍ଗର ୟାମାହା କମ୍ପାନୀର ମଟର ସାଇକେଲ ବୋଲି ଜଣାପଡିଛି । ବରଡୋଲ କେନାଲ ଛକ ପାଖରେ ରହିଥିବା ତାଙ୍କ ଘର ସମ୍ମୁଖରୁ ଅପରାହ୍ନ ୨ଟାରୁ ୩ ଘଣ୍ଟା ସମୟରେ ଉକ୍ତ ବାଇକଟି ଚୋରି ହୋଇଥିବାର ସୂଚନା ମିଳିଛି । ଏନେଇ ବରଗଡ଼ ଟାଉନ ପୋଲିସରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି । ଯଦି କେହି ଉକ୍ତ ମଟର ସାଇକେଲଟି ଦେଖନ୍ତି ତେବେ ଟାଉନ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି ।
![](https://koshalaprabahalive.com/wp-content/uploads/2022/07/95ea654c-6fc8-4a94-ad5b-42b296a43f0a-768x1024.jpg)
![](https://koshalaprabahalive.com/wp-content/uploads/2022/07/aa6eba8d-13fd-4d44-8f8c-0ba65699c757-768x1024.jpg)