centurian jitm

ଋଷିକୂଲ୍ୟା ନଦୀ ସୁରକ୍ଷା ସତ୍ୟାଗ୍ରହରେ ପିପଲପଙ୍କା ଡ୍ୟାମ ପ୍ରକଳ୍ପ ପ୍ରତ୍ୟାହାର ଓ ବାଲି ଚୋରାଚାଲାଣ ବନ୍ଦ କରିବାକୁ ଆହ୍ୱାନ

nschool

ଗଞ୍ଜାମ, (କେପିଏନ୍‌ଏସ୍‌) : ବୁଧବାର ବିଶ୍ୱ ପରିବେଶ ଦିବସରେ ଋଷିକୂଲ୍ୟା ନଦୀ ତଟ ଗ୍ରାମ ବିଞ୍ଚଣାପଲି ଠାରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ କରାଯାଇଛି । ମଙ୍ଗଳବାର ଠାରୁ ବିଶିଷ୍ଠ ପରିବେଶବିତ୍‌ ପ୍ରଫୁଲ୍ଲ ସମନ୍ତରା ଉପବାସରଖି ବୁଧବାର ଶେଷ କରି ସତ୍ୟାଗ୍ରହ ସ୍ଥଳରେ ଉପସ୍ଥିତ ଅଞ୍ଚଳ ବାସୀଙ୍କୁ ଏକାଠି ହୋଇ ନଦୀ ପ୍ରତି ଦେଖାଦେଇଥିବା ବିପତ୍ତିକୁ ଅଟକାଇବା ପାଇଁ ଆନ୍ଦୋଳନ କରିବାକୁ ନିବେଦନ କରିଛନ୍ତି । ନଦୀର ଏକମାତ୍ର ମୂଳ ସ୍ରୋତ ଜଳଧାରକୁ ଅଟକାଇ ପିପଲପଙ୍କାରେ ଜଳଭଣ୍ଡାର ନିର୍ମାଣ କରିବାକୁ ସରକାର ଯୋଜନା କରିଛି । ଯାହାଦ୍ୱାରା ବର୍ଷାଦିନ ପରେ ଜୁନ୍‌ ମାସ ପର୍ଯ୍ୟନ୍ତ ଟୋପାଏ ପାଣି ବହିବ ନାହିଁ । ନଦୀ ଶୁଖିଯିବ, ଗଞ୍ଜାମ ସମୁଦ୍ର ମୁହାଣ ପ୍ରଭାବିତ ହେବ, ସମୁଦ୍ରଭିତରୁ ପାଣି ପଶିବ । ଲୋକେ ପିଇବା ପାଣିରୁ ବଞ୍ଚିତ ହେବେ । ସେହିପରି ନଦୀରୁ ଅତ୍ୟଧିକ ବାଲି ଚାଲାଣ ଚୋରାରେ ଚାଲିଛି ଯାହା ନଦୀର କ୍ଷତି କରୁଛି । ଏବେ ଲୋକେ ଲୁଣିଆ ପାଣି ପାଉଛନ୍ତି । ମାଛ ବି ମିଳିବେ ନାହିଁ । ସରକାର ନଦୀର ସୁରକ୍ଷା ପାଇଁ ପିପଲପଙ୍କା ପ୍ରକଳ୍ପ ପ୍ରତ୍ୟାହାର କରିବାକୁ ସତ୍ୟାଗ୍ରହରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ବିଶ୍ୱାଳ, ଋଷିକୁଲ୍ୟା ବଞ୍ଚାଅ ଏକ୍ସନ୍‌ କମିଟି ଅଧ୍ୟକ୍ଷ ସୁଧୀର ରାଉତ, ବରିଷ୍ଠ ସାମ୍ବାଦିକ ରବି ରଥ, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, କୃଷକ ନେତା ଭାଲଚନ୍ଦ୍ର ଷଡଙ୍ଗୀ, ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ, ହେତୁବାଦୀର ଇ.ଟି ରାଓ ପ୍ରମୁଖ ବ୍ୟକ୍ତିମାନେ ଦାବି କରିଛନ୍ତି । ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମଞ୍ଚଳ ନାହାକ ସତ୍ୟାଗ୍ରହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

error: Content is protected !!