csstore

୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବରଗଡ଼ ବ୍ଲୁ ଡାଇମଣ୍ତ ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ରବିବାର ଦିନ ଅନୁଷ୍ଠିତ ହୋଇଥିବା ଗ୍ରୁପ୍ ବି’ର ପ୍ରଥମ ମ୍ୟାଚରେ ବରଗଡ଼ର ବ୍ଲୁ ଡାଇମଣ୍ତ ଦଳ ଖପ୍ରାଖୋଲର (ଜେସିପିଟି) ଦଳକୁ ୯ ୱିକେଟରେ ପରାସ୍ତ କରି ସେମି ଫାଇନାଲକୁ ପ୍ରବେଶ କରିଛି । ଖପ୍ରାଖୋଲ ଦଳ ଟସ୍‌ ଜିତି ପ୍ରଥମ ବ୍ୟାଟିଙ୍ଗ କରି ୨୪.୪ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୯୨ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଅଭିଳାଷ ପୁରୋହିତ ୨୫,ମାନସ ପ୍ରଧାନ ୧୫ ଓ କ୍ଷମା ସାହୁ ୯ ରନ ସଂଗ୍ରହ କରିଥିଲେ । ବରଗଡ଼ ଦଳ ପକ୍ଷରୁ ଅଜିତ ସ୍ବାଇଁ (ସିବିୟର) ୩ଗୋଟି, ଦେବେନ୍ଦ୍ର କୁଅଁର ୨ଗୋଟି ଓ ସଂକଳ୍ପ ରାଉତ ୧ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ବରଗଡ଼ ଦଳ ୯.୫ ଓଭରରେ ମାତ୍ର ଗୋଟିଏ ୱିକେଟ ହରାଇ ଆବଶ୍ୟକ ୯୩ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଦେବେନ୍ଦ୍ର କୁଅଁର ୬୮ ଓ ଭରତ ୧୮ ରନ ସଂଗ୍ରହ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ବିନନ୍ଦ ସାହୁ ଓ ସୁଶାନ୍ତ ସାହୁ ଯୋଗଦେଇ ବରଗଡ଼ ଦଳର ଅଜିତ ସ୍ବାଇଁ (ସିନିୟର)ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଛିନ୍ଦେଇକେଲା ପୂର୍ବତନ ସମିତି ସଭ୍ୟ ମଙ୍ଗଳୁ ସାହୁ ଯୋଗ ଦେଇଥିଲେ । ମ୍ୟାଚ ପରିଚାଳନା କରିଥିଲେ (ବିସିସିଆଇ) ଅମ୍ପାୟାର ମହେଶ, ମୁନସି ଓ ଓସିଏ ଅମ୍ପାୟାର ସୁଶାନ୍ତ ପାଣିଗ୍ରାହୀ । ସ୍କୋରର ଦାୟିତ୍ୱ ତୁଲାଇଥିଲେ ବବଲୁ ପୃଷ୍ଟି ଓ ଦୀପକ ସେଠ । ଧାରା ବିବରଣୀ ପ୍ରଦାନ କରିଥିଲେ ପ୍ରହଲ୍ଲାଦ ଭୋଇ ଓ ରିସପ ସାହୁ । ଆସନ୍ତା କାଲି ସୋମବାର ଦିନ ଗ୍ରୁପ୍ ବି ର ଦ୍ବିତୀୟ ମ୍ୟାଚ ଛତିଶଗଡ ରାଜ୍ୟର ଦୁର୍ଗ ଦଳ ଓ ଛିନ୍ଦେଇକେଲା ଦଳ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ ।

jayashree
Leave A Reply

Your email address will not be published.