om academy

ନନ୍ଦନକାନନରେ ୧୪ତମ ବ୍ୟାଘ୍ର ଦିବସ ପାଳନ ଅବସରରେ ଅନ୍‌ଲାଇନ୍ ହେବ କୁଇଜ ପ୍ରତିଯୋଗିତା

jsm

ବାରଙ୍ଗ : ଜୁଲାଇ ୨୯କୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି । ଚଳିତବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଶନିବାର ୧୪ତମ ବ୍ୟାଘ୍ର ଦିବସ ପାଳନ କରାଯିବ । ଏହି ଅବସରରେ ସ୍କୁଲ ପିଲା ଓ ପର୍ଯ୍ୟଟକଙ୍କୁ ନେଇ ‘କାନନ’ ଖୁଆଡ ସମୁଖରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ବାଘମାନଙ୍କ ବାସସ୍ଥାନ, ଖାଦ୍ୟପେୟ ସମ୍ପର୍କରେ ପିଲାଙ୍କୁ ଅବଗତ କରାଯିବ । ଏଥିସହ ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯିବ । ସଠିକ ଉତ୍ତର ପ୍ରଦାନ କରିଥିବା ପିଲାଙ୍କ ପୁରସ୍କୃତ କରାଯିବ ।

ଅନଲାଇନ ମାଧ୍ୟମରେ ‘ବାଘ ସଂରକ୍ଷଣ’ ଉପରେ ଏକ କୁଇଜ ପ୍ରତିଯୋଗିତା କରାଯିବ । ପ୍ରତିଯୋଗୀମାନେ ନନ୍ଦନକାନନ ୱେବ୍‌ସାଇଟକୁ ଯାଇ ସକାଳ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ । କାର୍ଯ୍ୟକ୍ରମକୁ ପ୍ରଥମ ଥର ପାଇଁ ଫେସବୁକ ମାଧ୍ୟମରେ ଲାଇଭ କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.