oum

ରାଜଧାନୀରେ ନକଲି କୋଲ୍ଡ ଡ୍ରିଙ୍କସ୍‌ କାରଖାନା ଠାବ : ବ୍ରାଣ୍ଡ୍‌ ଅସଲି, ମାଲ୍‌ ନକଲି

jsm

ଭୁବନେଶ୍ୱର : ରାଜଧାନୀରେ ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନା ଠାବ । ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏହି ନକଲି କାରଖାନା ଠାବ କରାଯାଇଛି । ବ୍ରାଣ୍ଡ ଅସଲି, ମାଲ ନକଲି । ଏହି କମ୍ପାନୀରେ କୋଲ୍ଡ ଡ୍ରିଙ୍କସ୍‌ ଗୁଡିକରେ ବିଭିନ୍ନ ନାମୀଦାମୀ କମ୍ପାନୀର ଷ୍ଟିକର ଲଗାଇ ମାର୍କେଟକୁ ମାଲ ଛଡାଯାଉଥିଲା । ତେବେ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର କୋଲ୍ଡଡ୍ରିଙ୍କସ୍‌ ଓ ଷ୍ଟିକର ଜବତ କରିଛି । ସବୁଠାରୁ ବଡ କଥା ହେଉଛି ରାଜଧାନୀ ଭୁବନେଶ୍ୱରରେ ଯଦି ଏଭଳି ନକଲି ସାମଗ୍ରୀ ବିକ୍ରି ହେଉଛି, ତେବେ ଗ୍ରାମାଞ୍ଚଳ ସ୍ଥିତି ଅନୁମେୟ କରିହେଉଛି । ସାଧାରଣ ଲୋକଟିଏ ମାର୍କେଟକୁ ଗଲେ କେଉଁ ଜିନିଷ ଉପରେ ଭରଷା କରିବ କେଉଁ ଜିନିଷ ଉପରେ କରିବନି ତାକୁ ନେଇ ଚିନ୍ତାର ବିଷୟ ।

Leave A Reply

Your email address will not be published.