om academy

ନବ ନିର୍ବାଚିତ ସାଂସଦଙ୍କୁ ଜନସାଧାରଣଙ୍କ ତରଫରୁ ବିପୁଳ ସମ୍ୱର୍ଦ୍ଧନା ଜ୍ଞାପନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ କ୍ଷମତାର ପରିବର୍ତ୍ତନ ହେବା ସହ ବିଜେପି ଶିବିର ରାଜ୍ୟରେ ଶାସନ କ୍ଷମତାକୁ ଆସିବାକୁ ପ୍ରସ୍ତୁତ ହେଉଛି । ନବ ନିର୍ବାଚିତ ବରଗଡ ସାଂସଦ ତଥା ବିଜେପିର ପ୍ରଭାବଶାଳୀ ନେତା ପ୍ରଦୀପ ପୁରୋହିତ ବରଗଡ ସାଂସଦ କ୍ଷେତ୍ରରେ ରେକର୍ଡ ସଂଖ୍ୟକ ଭୋଟ ହାସଲ କରି ସାଂସଦ ଭାବେ ନିର୍ବାଚିତ ଘୋଷଣା ହେବାପରେ ସାରା ବରଗଡ ଓ ଝାରସୁଗୁଡ଼ା ଜିଲ୍ଲାରେ ଆନନ୍ଦର ଲହରୀ ଖେଳି ଯାଇଛି । ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଜନ୍ମମାଟି ପାଇକମାଲ ନିବାସରେ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା, ବିଭିନ୍ନ ସଂଗଠନ ତଥା ସାଧାରଣ ଜନତାଙ୍କ ତରଫରୁ ଉତ୍ସାହିତ ସମ୍ବର୍ଦ୍ଧନା ଜଣାଇବା ପାଇଁ ଦିନସାରା ଭିଡ ଲଗାଇଥିଲେ । ସୂଚନାରୁ ପ୍ରକାଶ ନବ ନିର୍ବାଚିତ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଆସନ୍ତା ୬ ତାରିଖ ଦିଲ୍ଲୀ ଗସ୍ତ କରି ସାଂସଦୀୟ ଦଳ ବୈଠକ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ଉପସଭାପତି ସରୋଜ ସାମଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.