୩ କଳା ଆଇନ ପ୍ରତ୍ୟାହାର ପରେ କୃଷକ ସଂଗଠନର ବିଜୟ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରଧାନ ମନ୍ତ୍ରୀଙ୍କ ଘୋଷଣା ଓ ଆଜି ୩ କଳା ଆଇନ ସଂସଦରେ ପ୍ରତ୍ୟାହାର । ଏହା ହେଉଛି ଭାରତର କୃଷକଙ୍କ ବିଜୟ । ଗତ ଏକ ବର୍ଷ ପୂର୍ବେ ଭାରତର କୃଷକଙ୍କ ଉପରେ ଯୋର ଜବରଦସ୍ତ ୩ କଳା କୃଷି ଆଇନ ଲାଗୁ ହୋଇଥିବା ବେଳେ ଏହାର ପ୍ରତିବାଦରେ ଚାଷୀମାନେ ଏକତାର ପ୍ରତୀକ ଭାବେ ଲଢେଇ କରିବାରୁ ଉକ୍ତ ବିଲ୍‌କୁ ପ୍ରତ୍ୟାହାର ପାଇଁ ସରକାର ବାଧ୍ୟ ହୋଇଥିଲେ । ଏହା ହେଉଛି ପ୍ରଜାତନ୍ତ୍ରରେ ପ୍ରଜାଶକ୍ତିର ଜିତ୍ ବୋଲି ବରଗଡ଼ ଗାନ୍ଧୀ ଛକ ଠାରେ ଆୟୋଜିତ ବିଜୟ ଶୋଭାଯାତ୍ରା ସଭାରେ ଚାଷୀ ନେତାମାନେ ପ୍ରକାଶ କରିଥିଲେ । ଗତକାଲି ସଂଧ୍ୟାରେ ଜୟ କିଷାନ ଆନ୍ଦୋଳନ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି, ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆୟୋଜିତ କୃଷକ ଶକ୍ତିର ବିଜୟ ଏବଂ ସଂଘର୍ଷ ପାଇଁ ସଂକଳ୍ପ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ପରେ ଗାନ୍ଧୀ ଛକ ଠାରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ଚାଷୀ ନେତା ହର ବନିଆଙ୍କ ସଭାପତିତ୍ବରେ ଶ୍ରୀ ଲିଙ୍ଗରାଜ, ଉତ୍ପନ୍ନ ଭୋଇ, ମନୋହର ପ୍ରଧାନ ପ୍ରମୁଖ ଚାଷୀ ନେତାମାନେ ଉଦବୋଧନ ଦେଇଥିଲେ ।

Leave A Reply

Your email address will not be published.