ଭୁବନେଶ୍ୱର, (ଆକାଶ ମିଶ୍ର) : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡ଼ିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି । ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ଦେଢ଼ମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ମାମଲାରୁ ପରଦା ହଟିପାରିନି । ଆଦିତ୍ୟଙ୍କ ମୃତ୍ୟୁ ମାମଲାର ଖିଅ ଧରିବା ପାଇଁ ଏହି ଟେଷ୍ଟ କରାଯିବ ବୋଲି ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଆଦିତ୍ୟଙ୍କ ପତ୍ନୀଙ୍କର ଟେଷ୍ଟ ଆରମ୍ଭ ହୋଇଛି ।
ବିଦ୍ୟାଶ୍ରୀଙ୍କୁ ପଚାରିବା ନିମନ୍ତେ ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ ହୋଇଥିବା ବେଳେ ଉତ୍ତର ଦେବା ସମୟରେ ତାଙ୍କର ଗତିବିଧି, ଆଚରଣ ଓ ପଲସ୍ ରେଟ ଉପରେ ନଜର ରଖାଯିବ । ଏହା କୋର୍ଟ ଦ୍ୱାରା ଗ୍ରହଣୀୟ ନହେଲେ ମଧ୍ୟ ତଦନ୍ତରେ ସହାୟକ ହେବ ବୋଲି ଜଣାଯାଇଛି । ପରେ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁଙ୍କର ମଧ୍ୟ ଏହି ଟେଷ୍ଟ କରାଯିବ ବୋଲି ଶୁଣିବାକୁ ମିଳୁଛି ।