ବଲାଙ୍ଗିର ରେଳ ଷ୍ଟେସନ ପୁନର୍ବିନ୍ୟାସର ଭିତ୍ତିପ୍ରସ୍ତର

  • ରେଳ ଷ୍ଟେସନର ପୁନର୍ବିନ୍ୟାସ ବଲାଙ୍ଗିର – ବିଛୁପାଲି ରେଲ ଭଳିଆ ନ ହେଉ : ନରସିଂହ
  • ବଜେଟର ପରିମାଣର ପ୍ରଚାର ନ କରି ବର୍ଷ ଶେଷକୁ କେତେ ଖର୍ଚ୍ଚ ହେଲା ତାର ହିସାବ ଦିଅନ୍ତୁ ପ୍ରଧାନମନ୍ତ୍ରୀ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରେଳ ଷ୍ଟେସନର ପୁନର୍ବିନ୍ୟାସ ହେବାକୁ ଯାଉଛି । ଏହାକୁ ନେଇ କେନ୍ଦ୍ର ସରକାର ଅନେକ ପ୍ରଚାର ପ୍ରସାର କରି ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନର୍ବିକାଶର ଆଜି ଭିତ୍ତିପ୍ରସ୍ତର ହେବ । କିନ୍ତୁ କିଛି ବର୍ଷ ଆଗରୁ ପ୍ରଧାନମନ୍ତ୍ରୀ ଏହି ରେଳ ଷ୍ଟେସନରେ ବଲାଙ୍ଗିର-ଖୋର୍ଦ୍ଧା ରେଳ ଲାଇନର ଏକ ଅଂଶ ବଲାଙ୍ଗିରରୁ ବିଛୁପାଲି ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ । ଅତି ଲଜ୍ଜାର କଥା କିଛି ମାସ ଚାଳିବା ପରେ ସେହି ରେଳ ଏବେ ବନ୍ଦ ପଡିଛି । କାରଣ ଦୈନିକ ମାତ୍ର ଜଣେ ପେସେଞ୍ଜର ବଲାଙ୍ଗିରରୁ ବିଛୁପାଲି ହେଉ କି ବିଛୁପାଲିରୁ ବଲାଙ୍ଗିର ହେଉ ଯାତାୟତ କରୁଥିଲେ ବୋଲି ସୂଚନା ଅଧିକାର ବଳରେ ତଥ୍ୟ ମିଳିଥିଲା । ଫଳରେ ବିଭାଗ ବାଧ୍ୟ ହୋଇ ରେଳଟିକୁ ବନ୍ଦ କରିବାକୁ ପଡିଥିଲା । ଦୁଃଖର ସହିତ କହିବାକୁ ପଡୁଛି ଏଭଳି ଏକ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରି ପରେ ବନ୍ଦ ହୋଇଯିବା ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶିତା ଅଭାବ । ତେଣୁ ଆଜିର ରେଳ ଷ୍ଟେସନର ପୁନର୍ବିକାଶ ବଲାଙ୍ଗିର-ବିଛୁପାଲି ରେଳ ଚଳାଚଳ ନ ହେଉ ବୋଲି ଆଜି ବଲାଙ୍ଗିର ରେଳ ଷ୍ଟେସନ ଅମୃତ ଭାରତ ରେଳ ଅନ୍ତର୍ଗତ ପୁନର୍ବିକାଶ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସଭାରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କ୍ଷୋଭର ସହ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଷ୍ଟେସନକୁ ଚକ୍‌ ଚକ୍‌ କରିଦେଲେ ହେବ ନାହିଁ କାରଣ ଆମେ ରାଜ୍ୟ ସରକାରଙ୍କ ସ୍କୁଲ ରୁପାନ୍ତରିକରଣ ଦେଖି ସାରିଛୁ । ସ୍କୁଲ ସୁନ୍ଦର ଦିଶୁଛି କିନ୍ତୁ ଶିକ୍ଷକ କର୍ମଚାରୀ ନାହାନ୍ତି । ଏଠାରେ ଷ୍ଟେସନ ଚକ୍‌ମକ୍‌ ହୋଇଯାଉ କିନ୍ତୁ ଯଦି ବଲାଙ୍ଗିର ଷ୍ଟେସନ ପାଇଁ ଦିଲ୍ଲୀ କିମ୍ବା ପ୍ରମୁଖ ସହରକୁ କିଛି ସିଧାସଳଖ ଚଳାଚଳ ନ ହୁଏ ତେବେ ବଲାଙ୍ଗିର ଲୋକ କିଭଳି ଉପକୃତ ହେବ ବୋଲି ପ୍ରଶ୍ନ କରିଥିଲେ । ବଲାଙ୍ଗିରରେ ରେଳ ବିଭାଗ ଭୂତଳ ପୋଲ ଅଛି ଯାହାକି ରେଳ ବିଭାଗର ଅପରିମାଣ ଦର୍ଶିତା ଯୋଗୁଁ ବର୍ଷ ଯାକ ସେହି ଭୂତଳ ରାସ୍ତାରେ ପାଣି ଭରି ରହୁଛି । ଲୋକଙ୍କ ଯାତାୟତରେ ବ୍ୟାଘାତ ଘଟୁଛି । ଏପରି କି ବଲାଙ୍ଗିର ରେଳ ଷ୍ଟେସନର ଅନେକ ବର୍ଯ୍ୟଜଳ ସ୍ଥାନୀୟ ପୋଖରୀମାନଙ୍କରେ ପଡୁଛି । ଯାହାକି ଲୋକେ ରୋଗ ବୈରାଗରେ ପଡିବାର ଭୟ ରହୁଛି । ଏ ସବୁକୁ ରେଳ ବିଭାଗ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉ । ଏହି ଉପରୋକ୍ତ ଅସୁବିଧା ଗତ ବର୍ଷ ରେଳ ବିଭାଗର ଉଚ୍ଚ ପଦସ୍ଥ ଅଧିକାରିଣୀଙ୍କୁ ତାଙ୍କ ଦ୍ୱାରା ନିମନ୍ତ୍ରଣ ପାଇଁ ଆସିଥିବା ସମୟରେ ଏକ ବୈଠକରେ ତାଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଫଳ ଶୂନ, ତେଣୁ ଆମେମାନେ ଯେଉଁ ଦଳ ବି ପ୍ରଦିନିଧିତ୍ୱ କରୁ ବଲାଙ୍ଗିର ପାଇଁ ବିକାଶ କରିବା ଦରକାର । କେନ୍ଦ୍ର ଓ ରାଜ୍ୟ ଉଭୟ ଉଭୟଙ୍କୁ ଦୋଷ ଦେଇ ବଲାଙ୍ଗିରର ବହୁ ଦିନର ଦାବୀ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହୋଇପାରୁ ନାହିଁ । ଏହି ଦିଗରେ କେନ୍ଦ୍ର ସରକାର ଚାହିଁଲେ ଅନାୟସରେ ବଲାଙ୍ଗିରବାସୀ ଏକ ସ୍ଥାୟୀ ହୋଇକୋର୍ଟ ବେଞ୍ଚ ପାଇପାରିବେ । ପ୍ରଧାନମନ୍ତ୍ରୀ ବାରମ୍ବାର ବଲାଙ୍ଗିର ତଥା ଓଡିଶାକୁ ରେଳ ବଜେଟରେ ପ୍ରଧାନ୍ୟ ଦିଆଯାଉଛି ବୋଲି ଅନୁଦାନ ରାଶିର ପରିମାଣର କଥା କହୁଛନ୍ତି କିନ୍ତୁ ଆର୍ଥିକ ବର୍ଷର ଶେଷକୁ ପ୍ରକଳ୍ପରେ ଦିଆଯାଇଥିବା ଅନୁଦାନ ରାଶି କେତେ ଖର୍ଚ୍ଚ ହେଉଛି କେତେ ଫେରିଯାଉଛି ସେ ପରିମାଣ କହୁନାହାନ୍ତି ଏହା ଅତି ହାସ୍ପ୍ୟାପଦ ଅଟେ । ତେଣୁ ବିକାଶ କରିବାର ଅଛି ରାଜନୀତିର ଉଦ୍ଧ୍ୱର୍ରେ ରହି ବଲାଙ୍ଗିରର ବିକାଶ ପାଇଁ ସମସ୍ତେ ଏକକୁଟ ହୋଇ କାମ କରନ୍ତୁ । ଏଠାକାର ବେକାରୀ ସମସ୍ୟା ଦୂର ପାଇଁ କଣ୍ଟାବାଞ୍ଜିରେ ୱାଗନ କାରଖାନା, ଏକ ଟେକ୍ସଟାଇଲ ମିଲର ପ୍ରତିଷ୍ଠା, ଜଳ ସେଚନ ସୁବିଧା ପାଇଁ ଅନୁଦାନ ଦିଅନ୍ତୁ କାରଣ ଶିଳ୍ପ ଓ ଜଳସେଚନ ବିନା ଅଂଚଳ ବିକାଶ କେବେ ବି ହୋଇପାରିବ ନାହିଁ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ରେଳ ଓ ଟେକ୍ସଟାଇଲ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ, ରେଳ, କୋଇଲା ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହବ ପାଟି ଦାନଭେ ପ୍ରମୁଖ ଭରଚୁଏଲ ମୋଡରେ ଉପସ୍ଥିତ ଥିବା ବେଳେ ବଲାଙ୍ଗିରରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ନରସିଂହ ପ୍ରସାଦ ଗୁରୁ, ପଦ୍ମଶ୍ରୀ କୈଳାସ ମେହେର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.