୧୪ ଦଫା ନେଇ ସୁବର୍ଣ୍ଣପୁରଠାରେ ହଜାର ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ ପଟୁଆର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ବିଭିନ୍ନ ଦାବୀକୁ ନେଇ ଆଜି ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂସ୍ଥା ଦ୍ବାରା ଅନୁବନ୍ଧିତ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ ଆସୋସିଏସନ୍, ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ୧୪ଦଫା ଦାବୀକୁ ନେଇ ରାଜ୍ୟ ସରକାର ବିରୁଦ୍ଧରେ ନାରାବାଜି ସହ ଜିଲ୍ଲାପାଳ କାର୍ଯ୍ୟାଳୟକୁ ୧ଘଣ୍ଟା ଧରି ହଜାର ହଜାର ଅନ୍ଦୋଳନକାରୀ ମହିଳା କର୍ମୀ ଘେରାଉ କରିଛନ୍ତି । ସମସ୍ତ ଅଙ୍ଗନୱାଡି ଓ ସହାୟିକାଙ୍କୁ ସରକାରୀ ମାନ୍ୟତା, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ହଜାର ଓ ସହାୟିକାଙ୍କୁ ୧୫ହଜାର ଦରମା ପ୍ରଦାନ, ରାଷ୍ଟ୍ରୀୟ ନୀତି ୨୦୨୦ ଅନୁସାରେ ଅଙ୍ଗନୱାଡି କର୍ମୀଙ୍କୁ ପ୍ରି ପ୍ରାଇମେରି ଟିଚର୍ସ ମାନ୍ୟତା, ଶିକ୍ଷାଗତ ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ଇନକ୍ରିମେଂଟ୍ ସହ ଅବସରକାଳୀନ ଭତ୍ତା ପ୍ରଦାନ ଏବଂ କେନ୍ଦ୍ର ସରକାରଙ୍କ ପୋଷଣ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଲ୍ୟାପଟପ୍ ପ୍ରଦାନ ପରି ୧୪ ଦଫା ଦାବୀ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଶାଖାର ସଭାନେତ୍ରୀ ମମତା ପଣ୍ଡା ଓ ସଂପାଦିକା ପୁଷ୍ପାଞ୍ଜଳି ଦାଶଙ୍କ ନେତୃତ୍ବରେ ଜିଲ୍ଲାର ୬ଟି ବ୍ଲକର ଗ୍ରାମାଂଚଳରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ଓ ସହାୟିକା ଏହି ଆନ୍ଦୋଳନରେ ସାମିଲ ହୋଇ ନ୍ୟାର୍ଯ୍ୟ ଦାବୀ ଜଣାଇଥିବା ବେଳେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.