oom

ପଶ୍ଚିମ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ କବି : ଐତିହାସିକ ତଥା ବରିଷ୍ଠ ପ୍ରଶାସକ ଶଶାଙ୍କ ଶେଖର ପଣ୍ଡା ବିଜେପିରେ ଯୋଗଦେଲେ

jsmm

ସମ୍ବଲପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାର ଗୌରବ ମୋହନଗିରି ନିକଟବର୍ତ୍ତୀ ଲାତେର ଗ୍ରାମ ନିବାସୀ ଅବସରପ୍ରାପ୍ତ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ତଥା ଅତିରିକ୍ତ ଶାସନ ସଚିବ ଶଶାଙ୍କ ଶେଖର ପଣ୍ଡା ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବରେ ଭାରତୀୟ ଜନତା ପାଟିରେ ତାଙ୍କ ସମର୍ଥକମାନଙ୍କ ଗହଣରେ ଭାରତୀୟ ଜନତା ପାଟିରେ ଯୋଗ ଦେଇଛନ୍ତି । ତାଙ୍କ ସହ ‘ଉଦିଆଁ’ର ପରିଚାଳନା ସଂପାଦକ କାଳିନ୍ଦୀ ପ୍ରତାପ ସିଂହ, ‘ତୁର୍ଯ୍ୟନାଦ’ର ସଂପାଦକ ଅଶୋକ ରାଜ ଆଚାର୍ଯ୍ୟ ଓ ତେଲୁଗୁ ତଥା ଓଡ଼ିଆ ଚଳଚ୍ଚିତ୍ର, ଟିଭି ଅଭିନେତ୍ରୀ ସୁଶ୍ରୀ ସ୍ନିଗ୍ଧାଶ୍ରୀ ମିଶ୍ର ବିଜେପିରେ ଯୋଗଦାନ କରିଥିବା ସୂଚନା ମିଳିଛି । ଶ୍ରୀ ପଣ୍ଡାଙ୍କ ସହ ତାଙ୍କ ରାଜନୈତିକ କର୍ମୀ ହୀରାଲାଲ ସାହୁ, ଅହିଲ୍‌ ସାହୁ, ବାବୁଲ ପ୍ରଧାନ, ହଳ ସାହୁ, ଲୁନା ସାହୁ, ଛବିରାମ ସାହୁ, ବିଜେ ସାହୁ, ପ୍ରଦୀପ ସାହୁ, ରାମଲାଲ ସାହୁ ଓ ମମତା ବାଗ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଏହି ଉତ୍ସବରେ ସମ୍ବଲେଶ୍ୱରୀ ଯୁବ ସଂଘର ଉପଦେଷ୍ଟା ପ୍ରଫେସର ଶ୍ୟାମସୁନ୍ଦର ଧର, ଉଦିଆଁ ସାହିତ୍ୟ ପତ୍ରିକାର ମୁଖ୍ୟ ସଂପାଦକ ସୁଶୀଲ କୁମାର ତ୍ରିପାଠୀ, ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀ ଶଙ୍କର ଭୋଇ, ବିଶିଷ୍ଟ ଲେଖକ ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ବୁଦ୍ଧିଜୀବୀ, କୁଲତା ସମାଜର ବରିଷ୍ଠ କର୍ମକର୍ତ୍ତା ଝଗଡ଼ୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି ଓ ସାହିତ୍ୟ କିଭଳି ଜାତୀୟ ଓ ବିଶ୍ୱ ସ୍ତରରେ ପହଂଚି ପାରିବ, ସେଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ । ଗୋନ୍ଦିଆ ଓ ଢେଙ୍କାନାଳର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ନବୀନ ନନ୍ଦ ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.