ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ : କୁଶ ସଭାପତି, ହରିହର ସମ୍ପାଦକ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ ପାଇଁ ୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବା ବେଳେ କୁଶ ପ୍ରଧାନ ୨୦୨୧-୨୨ ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ହରିହର ପ୍ରଧାନ ସାଧାରଣ ସମ୍ପାଦକ ଭାବେ ବିଜୟ ଲାଭ କରିଛନ୍ତି । ମୋହିତ ମହାପତ୍ର ଉପସଭାପତି ଓ ସନକ ଦାଶ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ବେଳେ କାର୍ୟ୍ୟକାରୀ କମିଟି କେଟେଗାରୀ ୨ ପାଇଁ ଶୈଳେନ୍ଦ୍ର ବିଶ୍ୱାଳ ଓ ସନ୍ତୋଷ ଦାଶ ନିର୍ବାଚିତ ହୋଇଛନ୍ତି । ଏଠାରେ ପ୍ରକାଶ ଥାଉକି କାର୍ୟ୍ୟକାରୀ କମିଟି କେଟେଗାରୀ ୧ ପାଇଁ ମୃତ୍ୟୁଞ୍ଜୟ ପଣ୍ଡା ଓ କେଟେଗାରୀ ୩ ପାଇଁ ଅଚ୍ୟୁତାନନ୍ଦ ନାୟକ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଓକିଲ ସଂଘର ଆଜିର ଏହି ନିର୍ବାଚନରେ ୩୩୭ ଜଣ ମତଦାତାଙ୍କ ମଧ୍ୟରୁ ୩୧୯ ଜଣ ମତ ସାବ୍ୟସ୍ତ କାରିଥିଲେ । ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ପଞ୍ଚାନନ ମିଶ୍ରଙ୍କ ସମେତ ଦୀପାଂଶୁ ଆଚାର୍ୟ୍ୟ, ଦ୍ୟୁତିଶ ଆଚାର୍ୟ୍ୟ, କିରଣ ମିଶ୍ର, କାଳିଚରଣ ଦାଶ, ଟୁନାଜ ଚନ୍ଦ୍ର ତ୍ରିପାଠୀ, କିଶୋର ଦଫାଦାର, ସୋମଦତ୍ତ ମହାପାତ୍ର ଓ ଶଶାଙ୍କ ଶେଖର ପଣ୍ଡା ପରିଚାଳନା କରିଥିଲେ ।

Leave A Reply

Your email address will not be published.