ଦୀର୍ଘ ୩୩ ବର୍ଷ ପରେ ପ୍ରଥମ କରି ବୁର୍ଲାର ଜ୍ୟୋତି ବିହାର ଇତିହାସ ବିଭାଗର ୮୬/୮୮ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ସମ୍ବଲପୁର, (କେପିଏନ୍ଏସ୍) : ଦୀର୍ଘ ୩୩ ବର୍ଷ ପରେ ପ୍ରଥମ କରି ବୁର୍ଲାର ଜ୍ୟୋତି ବିହାର ଇତିହାସ ବିଭାଗର ୮୬/୮୮ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଗତକାଲି ଜ୍ୟୋତି ବିହାର ନିକଟସ୍ଥ ଏକ ବଗିଚାରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ ବହୁ ଦୂର ଦୁରାନ୍ତରୁ ଆସି ବନ୍ଧୁମିଳନରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯଦୁ ନନ୍ଦନ ବଡ଼ପଣ୍ଡା, ସରୋଜ ତ୍ରିପାଠୀ, ସସ୍ମିତା ଚାନ୍ଦ ପ୍ରମୁଖ ଆୟୋଜନ କରିଥିବା ବେଳେ ସମସ୍ତେ ନିଜନିଜ ପୁରୁଣା ଅନୁଭୂତି, ଅଭୁଲା ସ୍ମୃତି ବିଷୟରେ କହିଥିଲେ । ଏଥିରେ ବହୁତ୍ ବଡ ପଦ ପଦବୀରେ ଅଧିଷ୍ଠିତ ଥିବାର ସାଙ୍ଗମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.