oom

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା : ବଙ୍ଗୋମୁଣ୍ଡାରେ ପ୍ରଭାବ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ପ୍ରଭାବ ଦେଖିବାକୁ ମିଳିଛି । ୨୨ ଦଫା ଦାବୀ ନେଇ ଭାରତ ବନ୍ଦ କରାଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ବ୍ଲକ ଛକଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଆମ୍ବେଦକର ଛକଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଜିଲ୍ଲା ସଂଯୋଜକ ତଥା ଆଦିବାସୀ ନେତା ସୁରେଶ ଭୋଇଙ୍କ ନେତୃତ୍ୱରେ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରେଣୁ ରଞ୍ଜନ ବାଗ, ସିଡ୍ୟୁଲକାଷ୍ଟ ଫେଡେରେସନ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ସୁନା, ଗରିବ ସେନା ସଭାପତି ଦିନେଶ ତାଣ୍ଡି, ଆର୍‌ଏଇଏପ୍‌ ଜିଲ୍ଲା ସଭାପତି ବେଣୁଧର ମାଝୀ, ବିଏମ୍‌ପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୁଦ୍ଧଦେବ ଛୁରା, ବିଏମ୍‌ଏମ୍‌ ସାଧାରଣ ସମ୍ପାଦକ ସନାତନ ଦୀପ, ସତନାମୀ ସମାଜ ଜିଲ୍ଲା ସଂଯୋଜକ ମୁରଲୀ ସତନାମୀ, ବିଭିଏମ୍‌ ବଙ୍ଗୋମୁଣ୍ଡା ସଂଯୋଜକ ସତ୍ୟନାରାୟଣ ଭୋଇ, ବେରୋଜଗାର ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ତାଣ୍ଡି, ଅଭିରାମ ଭୋଇ, ଲକ୍ଷେଶ୍ୱର ମାଝୀ, ବବଲୁ ମାଝୀ, ପିଣ୍ଟୁ ଯାନୀ, ପିଣ୍ଟୁ ମାଝୀ, କ୍ରିଷ୍ଣା ଝାଙ୍କର, ମୁକେଶ ପାତ୍ର, ମେଘନାଦ ମାଝୀ, ସାରଙ୍ଗ ତାଣ୍ଡି, ମନଟୁ ଦୀପ, ପରୀକ୍ଷିତ ଦୀପ, ବୁଲୁକର ହିଆଁଲ, ଶରତ ତାଣ୍ଡି, ଦିବାକର ତାଣ୍ଡି ପ୍ରମୁଖଙ୍କ ସହ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ । ଦୀର୍ଘ ସମୟ ଧରି ଶହ ଶହ ଯାନ ବାହାନଗୁଡିକ ଅଟକି ରହିଥିବାରୁ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲା ।

jittmm
Leave A Reply

Your email address will not be published.